ମତଦାନ ଲିଷ୍ଟରୁ ନାଁ ଗାଏବ, ଉତ୍ତେଜିତ ହୋଇ ଭୋଟ ବାକ୍ସ ଲୁଟିନେଲେ ଡଙ୍ଗରିଆକନ୍ଧ

Published By : Prameya-News7 Bureau | February 20, 2022 IST

ରାୟଗଡା, ୨୦।୦୨: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରାଇଲିମା ବୁଥରେ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ଲୁଟି ନେଇଥିଲେ। ଭୋଟର ତାଲିକାରେ ନାମ ନଥିବା ପ୍ରତିବାଦରେ ଏହିଭଳି କରିଥିଲେ ଡଙ୍ଗରିଆକନ୍ଧ। ପରେ ପୋଲିସ ଭୋଟ ବାକ୍ସକୁ ଉଦ୍ଧାର କରିଛି। ଘଟଣାରୁ ଜଣାପଡିଛି ଯେ ରାଇଲିମା ବୁଥରେ ତଳମୁଶୁଡି ଓ ଉପରମୁଶୁଡି ଗ୍ରାମର ୧୨୦ ଜଣ ଭୋଟରଙ୍କ ନାମ ଗାଏବ ହୋଇଛି। ଭୋଟର ଆଜି ଭୋଟଦାନ ପାଇଁ ବୁଥକୁ ଆସିଲା ପରେ ଏହା ଜଣାପଡିଥିଲା। ଫଳରେ ଉତ୍ତେଜିତ ହୋଇ ଲୋକେ ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ନେଇଯାଇଥିଲେ। ଖବରପାଇ ପୋଲିସ ପହଞ୍ଚି ଲୁଟ କରିଥିବା ଲୋକଙ୍କୁ ଗୋଡାଇ ଭୋଟ ବାକ୍ସକୁ ଉଦ୍ଧାର କରିଥିଲେ। ଫଳରେ ରାଇଲିମା ବୁଥର ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.