ଦେଶୀ ଡଙ୍ଗାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ, ପଚାରି ବୁଝିଲେ ଲୋକଙ୍କ ସମସ୍ୟା

Published By : Prameya-News7 Bureau | August 17, 2022 IST

ବୌଦ୍ଧ ୧୭/୦୮: ଲଗାତାର ଦ୍ୱିତୀୟ ଦିନ ହେଲା ବନ୍ୟାଞ୍ଚଳରେ ମନ୍ତ୍ରୀ ପଦୀପ କୁମାର ଅମାତ । ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି । ହରଭଙ୍ଗା ବ୍ଲକରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଆଜି ଦ୍ୱିତୀୟ ଦିନରେ ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ରେ ବନ୍ୟା ସମୀକ୍ଷା ପାଇଁ ପହଂଚିଛନ୍ତି ଜଙ୍ଗଲ ଓ ପରିବେଶ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । କୁଶଙ୍ଗ ଠାରେ ପହଂଚି ପଇତାଭୁଇଁ ଠାରୁ ଏକ ଦେଶୀ କାଠ ଡଙ୍ଗାରେ ବିଛିନ୍ନାଞ୍ଚଳକୁ ଯାଇ ବନ୍ୟା ସ୍ଥିତି ସମୀକ୍ଷା କରିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ସହିତ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ବନ୍ୟା ବିପନ୍ନଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ଦିଗରେ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଯେମିତି କାହାର କିଛି କ୍ଷତି ନ ହୁଏ ତାହା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.