ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏ ବର୍ଷ ନୂଆ ଢଙ୍ଗରେ ହେବ ବାଲିଯାତ୍ରା, ୧୫ ମିନିଟରେ ନିର୍ମାଣ ହେବ ଦଶ ହଜାର ଡଙ୍ଗା

5/11/2022 at 2:36 PM

କଟକ ୦୫/୧୧: ଚଳିତ ବର୍ଷ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବାକୁ ଯାଉଛି ପ୍ରଶାସନ । ବାଲିଯାତ୍ରା ସମୟରେ ୧୫ ମିନିଟରେ ଦଶ ହଜାର କାଗଜ ଡଙ୍ଗା ନିର୍ମାଣ କରି କଟକକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛି ସିଏମସି । ସେଥିପାଇଁ ଆଜି ସିଏମସିର ସମସ୍ତ କର୍ପୋରେଟର ମାନଙ୍କୁ ତାଲିମ ଦିଆଯାଇଛି । ତେବେ ଏହି ଉଦ୍ୟମକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ବାଲିଯାତ୍ରାରେ ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସିଏମସି । ଆଜି ସେଥିପାଇଁ ସିଏମସିର କର୍ପୋରେଟର ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପନ୍ଦର ମିନିଟରେ ଦଶ ହଜାର ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡ ପାଇଁ ଏହି ପ୍ରୟାସ କରାଯିବ ।

ଏହି ଡଙ୍ଗା ନିର୍ମାଣରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବା ସହ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ମେୟର । ସେବେ ସିଏମସି ଗ୍ରହଣ କରିଥିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସବୁ ଦଳର କର୍ପୋରେଟର । ଆସନ୍ତା ୧୨ତାରିଖରେ ବାରବାଟୀ ଷ୍ଟାଡିୟମରେ ନିର୍ମାଣ ହେବ ଡଙ୍ଗା। ସେଥିପାଇଁ ସବ ବର୍ଗର ଲୋକ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।ତେବେ ଏହା ଦ୍ୱାରା ଆମ କଟକ ତଥା ରାଜ୍ୟ ବିଶ୍ୱଦରବାରରେ ଅଧିକ ପରିଚିତି ଲାଭ କରିବ ବୋଲି କହିଛନ୍ତି କର୍ପୋରେଟର ।

   Related Posts