ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ବୋଲବମ୍ ଭକ୍ତ, ବିନାଶ ହେବ କରୋନା ମହାମାରୀ...

Published By : Prameya-News7 Bureau | July 23, 2022 IST

ପୁରୀ ୨୩।୦୭ : ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି ଜଣେ ବୋଲବମ୍ ଭକ୍ତ। କରୋନା ମହାମାରୀର ବିନାଶ ପାଇଁ ଦଣ୍ଡ ପ୍ରଣାମ କରି ପୁରୀ ଆସିଛନ୍ତି କଟକର ବୋଲବମ୍ ଭକ୍ତ ରବିନ୍ଦ୍ର ସିଂ।‌ ଆଜି ସକାଳୁ ରବିନ୍ଦ୍ର ତାଙ୍କର ୬ ଜଣ ସହଯୋଗୀଙ୍କ ସହ ଚନ୍ଦନପୁର ଠାରୁ ଦଣ୍ଡ ପ୍ରଣାମ କରି ପୁରୀ ଆସିଥିବା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଦୀର୍ଘ ୭ ବର୍ଷ ଧରି ରବିନ୍ଦ୍ର ଦଣ୍ଡ ପ୍ରଣାମ କରି ପୁରୀ ଆସୁଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପୁରୀ ଆସି ପାରିନଥିଲେ। ତେବେ କୈାଣସି ମାନସିକ ନୁହେଁ ବରଂ ରାଜ୍ୟବାସୀଙ୍କ ସୁସ୍ଥତା କାମନା କରି ସେ ପ୍ରତିବର୍ଷ ଦଣ୍ଡ ପ୍ରଣାମ କରି ପ୍ରଭୁ ଶ୍ରୀ ଲୋକନାଥ ମନ୍ଦିରକୁ ଆସୁଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.