ପୁଣି ବନ୍ଦ ହେବ ଡ୍ୟାନ୍ସ ବାର୍, ଫାୟାର ସେଫଟି ନଥିବାରୁ ବନ୍ଦ ପାଇଁ ନିଷ୍ପତ୍ତି

Published By : Prameya-News7 Bureau | October 02, 2019 IST

ଭୁବନେଶ୍ବର ୨।୧୦: ପୁଣି ବନ୍ଦ ହେବ ଡ୍ୟାନ୍ସ ବାର୍ । ଭୁବନେଶ୍ବରରେ ଚାଲିଥିବା ଡ୍ୟାନ୍ସ ବାର୍ ପୁଣି ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ୟାନ୍ସ ବାର୍ ବନ୍ଦ ରଖିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଡ୍ୟାନ୍ସ ବାରଗୁଡିକରେ ଫାୟାର ସେଫଟି ନଥିବାରୁ ଏହାକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସର୍ତ୍ତ ପାଳନ ପରେ ଯାଇ ଡ୍ୟାନ୍ସ ବାରଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଡିଜିପି କହିଛନ୍ତି ।

କିଛିଦିନ ତଳେ ରାଜଧାନୀର ୭ଟି ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଅନେକ ଡ୍ୟାନ୍ସ ବାର ସମସ୍ତ ସର୍ତ୍ତ ପାଳନ କରୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.