ଭୁବନେଶ୍ବର ଡ୍ୟାନ୍ସ ବାର୍‌ରେ ଲଙ୍ଗଳା ନାଚ : ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଖବର ନାହିଁ

Published By : Prameya-News7 Bureau | February 18, 2020 IST

 ଭୁବନେଶ୍ୱର ୧୮.୦୨- ରାଜଧାନୀରେ  ଡ୍ୟାନ୍ସ ବାରରେ ନିୟମ ଉଲଂଘନ ହେଉଛି । ନାଚୁଥିବା ବାର୍ ଡ୍ୟାନ୍ସର  ଏବଂ ବାର୍‌ କର୍ତ୍ତୁପକ୍ଷ ନିର୍ଦ୍ଧାରିତ ନିୟମ ଉଲଂଘନ କରୁଛନ୍ତି । ଅନେକ ବାର୍‌ରେ  ଅନୁମତି ନଥାଇ ଡ୍ୟାନ୍ସ ଚାଲିଛି । ଏମିତି ଅଭିଯୋଗ ଏବଂ ଖବର ଅନେକ ଥର ଆସିଛି । ତେବେ ସରକାରଙ୍କ ପାଖରେ ତଥ୍ୟ ଅଛି କି ?  ସୋମବାର ବିଧାନସଭାରେ ଉଠିଥିଲା ରାଜଧାନୀ ଡ୍ୟାନ୍ସ ବାର ପ୍ରସଙ୍ଗ । ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରଖିଥିବା  ତଥ୍ୟକୁ ନେଇ ଖବର ଜୋର ଧରିଛି ।

 ମନ୍ତ୍ରୀଙ୍କ କହିବା ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ୮ ଟି ଡ୍ୟାନ୍ସ ବାର୍‌ରେ ମୋଟ ୩୮ ଜଣ ଝିଅ ନାଚୁଛନ୍ତି । ସେମାନଙ୍କୁ ନୃତ୍ୟ ପରିବେଶଣ ଲାଗି ଅନୁମତି ଦେଇଛନ୍ତି ସରକାର ।ତେବେ ସରକାର ଏଥିଲାଗି କିଛି  ଅତିରିକ୍ତ ରାଜସ୍ବ ପାଉନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଆଉ କେତେ ଡ୍ୟାନ୍ସ ବାର୍ ଅଛି କି, କିମ୍ବା ଅନୁମତି ଚାହିଁଛନ୍ତି କି ନାହିଁ , ତାହା ସ୍ପଷ୍ଟ କରିବାକୁ ଯାଇ ମନ୍ତ୍ରୀ କହିଥିଲେ, ଆହୁରି ୭ ଟି ବାର୍‌ ଏଭଳି ନୃତ୍ୟ ପରିବେଶଣ ଲାଗି ଅନୁମତି ମାଗିଛନ୍ତି ।ସରକାରଙ୍କ ମଞ୍ଜୁରି ମିଳିଲେ ସେହି ବାର୍‌ରେ ଝିଅ ମାନେ ନୃତ୍ୟ ପରିବେଶଣ କରିବେ ।

 ତେବେ ରୋଚକ କଥାଟି ହେଲା, କିଛି ବବାର୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ  ନାଚ ଚାଲୁଛି ଏବଂ ଲଙ୍ଗଳା ନୃତ୍ତ୍ୟ ହେଉଛି କି ବୋଲି ପ୍ରଶ୍ନ କର୍ତ୍ତା ବିଧାୟକ ଜାଣିବାକୁ ଚାହିଁଥିଲେ । ଅର୍ଥତ୍ ଏନେଇ କିଛି ଶୁଣିଥାଇ ପାରନ୍ତି ପ୍ରଶ୍ନକର୍ତ୍ତା । ତେବେ ମନ୍ତ୍ରୀ କହିଥିଲେ , ତାଙ୍କ ପାଖରେ ଏନେଇ ଖବର ନାହିଁ ।

 ବିଧାନସଭାରେ ଏପରି ପ୍ରଶ୍ଣୋତ୍ତର ଏକ ସ୍ବାଭିବିକ କତା ହୋଇପାରେ । କିନ୍ତୁ  ଏଥିରୁ ଭୁବନେଶ୍ବର ଡ୍ୟାନ୍ସ ବାର୍‌ରେ ଲଙ୍ଗଳା ନୃତ୍ୟ ନେଇ ସନ୍ଦେହ ଦୂର ହେଉଛି କି ?  ସେ ଯାହା ବି ହେଉ ମନ୍ତ୍ରୀ ତାଙ୍କ ଉତ୍ତରରେ କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଡ୍ୟାନ୍ସ ବାର୍‌ ଅନୁମତି ପାଇଥିବା କିଛି ବାର୍‌ ନାମ ସ୍ପଷ୍ଟ କରିଛନ୍ତି । ବାପୁଜୀ ନଗର କ୍ୱାଲିଟି ଫୁଡ ଏଣ୍ଟରପ୍ରାଇଜେସ୍‌ ରେଷ୍ଟୁରାଣ୍ଟରେ ୨  ଜଣଙ୍କୁ ନାଚିବାଲାଗି ଅନୁମତି ମିଳିଛି । ସେହିପରି  ପାଣ୍ଡରା ଗ୍ରୀନ୍‌ ଫିଲ୍ଡରେ ୬ ଜଣ, ଅଶୋକା ଓ ଲାଇଭ୍‌ ୯ ଆପ୍‌ରେ ୭ ଜଣ ଲେଖାଁଏ, ୱାଗତରେ ୪, ହୋଟେଲ ଏକାମ୍ର ରେଷ୍ଟୁରାଣ୍ଟରେ  ୨ , ଦିପ୍ତୀ ଓ ରେନ୍‌ ଦ କ୍ଲବ୍‌ରେ ୫ ଜଣ ଲେଖାଁଏନୃତ୍ୟ କରିବାକୁ ସରକାରଙ୍କ ଅନୁମତି ପାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.