ବମିଖାଲ ବ୍ରିଜ ଦୁର୍ଘଟଣାକୁ ନେଇ ଅଲଗା ଇସାରା କଲେ ଦାମ ରାଉତ
5/05/2018 at 8:13 AM

ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଦୁର୍ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ସିଧା ଟାର୍ଗେଟ ନକଲେ ବି ବୁଲେଇ ବଙ୍କେଇ ଅଲଗା ଇସାରା ଦେଇଛନ୍ତି । କହିଛନ୍ତି ଓଭରବ୍ରିଜରେ ନିମ୍ନ ମାନର କାମ ହୋଇଛି । ଶାସକ ଦଳ ନେତାଙ୍କ ଟଙ୍କା ଏଥିରେ ଲାଗିଛି ବୋଲି ସାଧାରଣଲୋକେ ଅଭିଯୋଗ କରିଛନ୍ତି । ଯେଉଁ ସଂସ୍ଥା ବିରୋଧରେ ଅଭିଯୋଗ ଆସିଛି ସେ ସଂସ୍ଥା ଏବେ ବି କାମ କରୁଛି । କାହା ଚାପରେ କାମ ହେଉଛି ଏବଂ ଏଥିରେ କାହା ଟଙ୍କା ଲାଗିଛି ତାହା ଗଣମାଧ୍ୟମ ବାହାର କରୁ ବୋଲି ଦାମୋଦର କହିଛନ୍ତି । ଜଟଣୀ ଓଭରବ୍ରିଜରେ ମଧ୍ୟ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଛି ।