ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଏରସମା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ ଓ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ

Published By : Prameya-News7 Bureau | April 08, 2019 IST

ଜଗତସିଂପୁର ୮/୪ : ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବା ମତଦାନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ଆଜି ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ନିମନ୍ତେ ବିଭିନ୍ନ ଦଳରୁ ମୋଟ ୧୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ । ଏମାନଙ୍କ ମଧ୍ୟରୁ ବହୁ ହେଭିୱେଟ୍ ନେତା ମଧ୍ୟ ରହିଛନ୍ତି ।

{"id":101382}

ବାଲିକୁଦା-ଏରସମା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଥିବା ବେଳେ ତିରତୋଲ ଆସନରୁ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ, ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ, ପାରାଦୀପରୁ କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ, ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ, ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ,ବାଲିକୁଦା-ଏରସମାରୁ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର, ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ ଆଜି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

{"id":101383}

ଏକା ସାଙ୍ଗରେ ଏତେ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବାକୁ ଜଗତସିଂହପୁର ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଛି । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ବଳ ଓ ୫୦ରୁ ଉର୍ଦ୍ଧ ଅଫିସରଙ୍କୁ ନିୟୋଜିତ କରାଯାଇଛି । ବିଭିନ୍ନ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଆସୁଥିବାରୁ ଯାନ ବାହନ ଗୁଡିକୁ ସହର ଠାସରୁ ଦୁଇ କିମି ଦୂରରେ ବିଭିନ୍ନ ସ୍ଥାନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.