ଆସିଲା 'ଦମନ'ର ହିନ୍ଦୀ ଟ୍ରେଲର, ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ର ସିଙ୍ଘମ ଷ୍ଟାର

Published By : Prameya-News7 Bureau | January 13, 2023 IST

ଭୁବନେଶ୍ଵର ୧୩।୦୧: ରିଲିଜ ହେଲା ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର। ଭିନ୍ନ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଫିଲ୍ମକୁ ଏବେ ହିନ୍ଦୀ ଦର୍ଶକ ମଧ୍ୟ ଦେଖିପାରିବେ। ଦମଦାର ଟ୍ରେଲରକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ସୁପରହିଟ୍ ‘ଦମନ’ ଏବେ ହିନ୍ଦୀ ଭାଷାରେ ଆସିବ। ଆଜି ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ ଏହାର‌ ଟ୍ରେଲର ରିଲିଜ୍ କରିଛି।

wp:html /wp:html

ଏନେଇ ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାବୁସାନଙ୍କ ଅଭିନୀତ ‘ଦମନ୍’ ରାଜ୍ୟର ମାଓଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବାକୁ ଊଦ୍ୟମ କରି ସଫଳ ହୋଇଥିବା ଜଣେ ଡାକ୍ତରଙ୍କ ସଂଘର୍ଷମୟ କାହାଣୀ। ଯାହାକୁ ବଲିଉଡ୍‌ର ସିଙ୍ଘମ୍‌ ଅଜୟ ମଧ୍ୟ ଟ୍ଵିଟ୍‌ କରି ଜଣାଇଛନ୍ତି।ଏହା ଏସହ ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି। ଅନ୍ୟ ପଟେ ବାଣିଜ୍ୟ ବିଶ୍ଲେଶଣ ତରଣ ଆଦର୍ଶ ବି ଟ୍ଵିଟ୍‌ କରି କହିଛନ୍ତି କି ଓଡିଆ ଫିଲ୍ମ ଦମନ ଡବିଂ ହିନ୍ଦୀ। ଯାହା ୩ ଫେବୃୟାରୀ ୨୦୨୩ରେ ରିଲିଜ୍‌ ହେବ ।

wp:html /wp:html

ଓଡିଆ ସାମାଜିକ ଡ୍ରାମା (ହିନ୍ଦୀରେ) 'ଦାମନ' ସମଗ୍ର ଭାରତରେ ପ୍ରେକ୍ଷାଳୟକୁ ଆସିବ । ବିଶାଲ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗତ ବର୍ଷ ନଭେମ୍ବର ୪ରେ ଓଡିଶାରେ ରିଲିଜ ହୋଇଥିଲା । ଯାହାକୁ ଟିକସମୁକ୍ତ ଘୋଷଣା କରାଯାଇଥିଲା ଫିଲ୍ମରେ ବାବୁସାନଙ୍କ ଦମଦାର ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା। ଏଥିପାଇଁ ବାବୁସାନଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.