scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାବିନଥିଲୁ ଏତେ ସଫଳତା ମିଳିବ ; ଏବେ ଡବିଂ ଚାଲିଛି, ଜାନୁଆରୀରେ ଆସିପାରେ ହିନ୍ଦୀ ଭର୍ସନ…

6/12/2022 at 11:45 AM

ଜୟପୁର ୦୬।୧୨ : ଫିଲ୍ମଟି ଭଲ କାହାଣୀରେ ଉପରେ ନିର୍ମାଣ କରାଯାଇଥିଲା । ଆଶା ଥିଲା ଭଲ ଚାଲିବ ଏବଂ ଦର୍ଶକ ପସନ୍ଦ କରିବେ । ହେଲେ ଏତେ ପରିମାଣରେ ବ୍ୟବସାୟ ଓ ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ବିଶ୍ୱାସ ନଥିଲା । ଆମ ଆଶାଠୁ ଢେର୍‌ ଅଧିକ ଆଗରେ ଦମନ ଫିଲ୍ମ । ଏମିତି କିଛି କହିଛନ୍ତି ଦମନର ଫିଲ୍ମ ନିର୍ଦ୍ଦେଶକ ବିଶାଲ୍‌ ମୌର୍ଯ୍ୟ ।

ସେ ଆହୁରୀ କହିଛନ୍ତି ଯେ, ଦମନ ଫିଲ୍ମର ହିନ୍ଦୀ ଡବିଂ ଚାଲିଛି । ଖୁବଶୀଘ୍ର ଫିଲ୍ମର ହିନ୍ଦୀ ଭର୍ସନ ସାରା ଦେଶରେ ମୁକ୍ତିଲାଭ କରିବ । ପ୍ରାୟତଃ ଜାନୁଆରୀ ମାସରେ ଏହି ଫିଲ୍ମଟି ମୁକ୍ତିଲାଭ କରିପାରେ ।ଏବେବି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଛି ଫିଲ୍ମ । ରିଲିଜ୍‌ ହୋଇଥିବା ସମସ୍ତ ହଲ୍‌ରେ ଏବେ ବି ଦର୍ଶକଙ୍କ ଭିଡ ଲାଗିଛି। ଭଲ ବ୍ୟବସାୟ ମଧ୍ୟ କରୁଛି ଫିଲ୍ମ ।

ସେହିପରି ଫିଲ୍ମର କାହାଣୀକୁ ନେଇ ନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ବାବୁଶାନ, ଦୀପଙ୍କରଙ୍କୁ ଛାଡି ଆମେ ସ୍ଥାନୀୟ ଲୋକେ ଓ କଳାକାରଙ୍କୁ କାଷ୍ଟିଂ କରିଛୁ । ଫିଲ୍ମର କାହାଣୀକୁ ଜୀବନ୍ତ ରଖିବାକୁ ଆମେ ଏପରି ନିଷ୍ପତ୍ତି ନେଇଥିଲେ । ଆପଣମାନେ ଦେଖିଥିବା ଫିଲ୍ମର ଅଧିକାଂଶ ସୁଟିଂ କୋରାପୁଟ, ଜୟପୁର ଏବଂ ଆଖପାଖ ସ୍ଥାନରେ ସୁଟିଂ ହୋଇଛି । ଖାସ୍‌ କରି ମେଡିକାଲରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବି ଏହି ଫିଲ୍ମରେ ଦେଖିବାକୁ ମିଳିବ ।

   Related Posts