ବନ୍ୟା ଛାଡ଼ିବା ପରେ ମଧ୍ୟ ହେଉନାହିଁ କ୍ଷୟକ୍ଷତି ଆକଳନ, ଚିନ୍ତାରେ ଚାଷୀ
7/09/2022 at 6:42 PM

ଜଗତସିଂହପୁର,୦୭/୦୯: ବର୍ଷା ଓ ବନ୍ୟାରେ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏବେ ପାଣି ଅଭାବରୁ ଚାଷ ଜମି ସବୁ ଫାଟି ଆଁ କଲାଣି । ବନ୍ୟାରେ ଚାଷ ଜମି କ୍ଷୟ କ୍ଷତି ଆକଳନ ସାତ ଦିନ ଭିତରେ କରିବା ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ବନ୍ୟା ଛାଡିବା ପ୍ରାୟ ୧୫ ଦିନ ବିତି ଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ ହେବା ସମ୍ଭବ ହୋଇପାରି ନାହିଁ । ଫଳରେ ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀ ଏବେ ଚିନ୍ତାରେ ପଡିଥିବା ସହ କେବେ କ୍ଷୟ କ୍ଷତି ଆକଳନ କରାଯିବ ଓ ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବ ତାକୁ ନେଇ ଚାଷୀକୂଳ ଆଶଙ୍କା ଭିତରେ ରହିଛନ୍ତି ।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023