ପୁରୀ ସ୍ବର୍ଗଦ୍ବାରରେ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଅନ୍ତିମ ସଂସ୍କାର

Published By : Prameya-News7 Bureau | March 21, 2019 IST

ଭୁବନେଶ୍ୱର ୨୧/୩ (ସମୀକ୍ଷା ପଟ୍ଟନାୟକ) : ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ଆଜି ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ନେହଲତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗ ଖବର ପାଇବା ପରେ ବହୁ ରାଜନେତା ଦାମଙ୍କ ବାସଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ନେହଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।….

ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସକାଳ ୬ଟା ୪୫ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ସ୍ନେହଲତା । ସ୍ନେହଲତାଙ୍କ ବିୟୋଗ ଖବର ପାଇବା ପରେ ଦାମଙ୍କ ବାସଭବନରେ ଲାଗିଥିଲା ନେତାଙ୍କ ଭିଡ଼ । ଦିନ ପାଖାପାଖି ୧୨ଟା ୧୫ରେ ଦାମଙ୍କ ଘରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସ୍ନେହଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏଭଳି ଦୁଃଖ ସମୟରେ ଡାକ୍ତର ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ସାନ୍ତ୍ବନା ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । 

{"id":95656}

୨୦୧୮ ସେପ୍ଟେମ୍ବର ୧୨ରେ ବିଜେଡିକୁ ଦାମଙ୍କୁ ବହିସ୍କାର କରିଥିଲା ଦଳ । ଏହା ପରେ ଦାମବାବୁ ବିଜେଡି ବିରୋଧରେ ଅନେକ ବିଶୋଦଗାର କରିଛନ୍ତି । ଏମିତିକି ସପ୍ତାହେ ତଳେ ଦିଲ୍ଲୀ ଯାଇ ବିଜେପିରେ ମିଶିବା ସହ ନବୀନଙ୍କ ବିରୋଧରେ ଖୁବ୍‌ ବର୍ଷୁଛନ୍ତି । ତେବେ ଏଭଳି ଏକ ଦୁଃଖ ସମୟରେ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି  ନବୀନ,  ଦାମଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଓ  ବିଜେଡିର ଅନେକ ନେତା ମଧ୍ୟ ଦାମଙ୍କ ବାସଭବନରେ ପହଞ୍ଚି ସ୍ନେହଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦାମଙ୍କ ବାସଭବନରେ ପହଞ୍ଚିଥିଲେ । ସ୍ନେହଲତାଙ୍କ ମରଶରୀର ତିର୍ତୋଲ ନିଆଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.