Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜିର ବାଦିପାଲାରେ ମହାରଥୀ ବନାମ ଦାମ: ପ୍ରସଂଗ ‘ଖତ’

21/09/2018 at 3:20 PM

ଭୁବନେଶ୍ବର ୨୧|୯: ଆଜି ପୁଣି ଦାମଙ୍କ ପ୍ରସଂଗ ଚର୍ଚ୍ଚାକୁ ଆସିଛି । ବିଜେଡି ନେତାମାନେ ବାରି ବାରି କରି ଦାମଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଦାମ ମଧ୍ୟ କାହାକୁ ଛାଡୁ ନାହାଁନ୍ତି। ଦୁଇ ଦିନ ତଳେ ଦାମଙ୍କ ପାରଂପରିକ ଶତ୍ରୁ ବିଷ୍ଣୁ ଦାସ ଦାମବାବୁଙ୍କ ନିର୍ବାଚନମଣ୍ଡଳି ଯାଇ ବୁଲି ଆସିଛନ୍ତି । ଏହା ଦାମଙ୍କୁ ଆହୁରି କ୍ଷୁବ୍ଧ କରିଛି। ପାରାଦୀପରୁ ବିଷ୍ଣୁ ଦାସ ପ୍ରର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିବା ଦାମଙ୍କୁ ପ୍ରତିକ୍ରିୟାଶୀଳ କରିଛି। ଦାମ ଏ ପରିପ୍ରେକ୍ଷୀରେ କହିଥିଲେ ଯେ, ଜଗତସିଂହପୁର ଜିଲ୍ଲାର ୪ଟି ଯାକ ନିର୍ବାଚନମଣ୍ଡଳିରେ ଆଗାମୀ ନିର୍ବାଚନରେ ବିଜେଡି ହାରିବ ।

ଏହି କଥାକୁ ଧରି ଆଜି ସାମ୍ବାଦିକମାନେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଭେଟିଥିଲେ । ସାମ୍ବାଦିକମାନେ ପଚାରିଥିଲେ ଯେ, ଦାମଙ୍କୁ ଦଳରୁ ବହିଷ୍କାର କରିବା ଆଗାମୀ ଦିନରେ ଦଳ ପାଇଁ ଘାତକ ସାବ୍ୟସ୍ତ ହେବକି । ପ୍ରଦୀପ ମହାରଥୀ ଦାମଙ୍କୁ ତାତ୍ସଲ୍ୟ କରିବା ସହ କହିଥିଲେ ଯେ, ବିଜେଡିରୁ ଯିଏ ଯାଇଛି ସେ ‘ଖତ’ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ବିଭିନ୍ନ ଘଟଣାକ୍ରମରେ ଦଳରୁ ବିଜୟ ମହାପାତ୍ର , ସ୍ବର୍ଗତ ନଲିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେଇ ପ୍ରମୁଖ ନେତାମାନେ ଯାଇଛନ୍ତି। ସେମାନଙ୍କ କାହାର ରାଜନୈତିକ ସ୍ଥିତି ଭଲ ନାହିଁ ବୋଲି ପ୍ରଦୀପ ମହାରଥୀ ଇଂଗିତ କରିଥିଲେ ।

ପ୍ରଦୀପ ମହାରଥୀଙ୍କ କଥାକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି ପାରାଦୀପ ବିଧାୟକ ତଥା ଦଳରୁ ସଦ୍ୟ ବହିଷ୍କୃତ ଡାକ୍ତର ଦାମୋଦର ରାଉତ । ସେ କହିଛନ୍ତି ଯେ, ପ୍ରଦୀପ ମହାରଥୀ କୃଷିମନ୍ତ୍ରୀ ଅଛନ୍ତି । ତେଣୁ ଖତର ମହତ୍ବ କେତେ ସେ ନିଶ୍ଟୟ ଜାଣିଥିବେ । ଏ କଥା ମଧ୍ୟ ପ୍ରଦୀପ ମହାରଥୀ ବୁଝିଥିବେ ଯେ, ଖତରୁ ଉଠୁଢଥିବା ଗଛ କେତେ ମଜବୁତ ହୋଇଥାଏ । ଆଉ ଖତରୁ ଉଠୁଥିବା ଗଛ ପ୍ରଦୀପ ମହାରଥୀଙ୍କୁ ମଧ୍ୟ ଛାରଖାର କରିଦେବ ବୋଲି ଦାମବାବୁ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦାମବାବୁ ପ୍ରଥମେ କୃଷି ବିଭାଗର ଚାରା ଦୁର୍ନୀତି ପ୍ରସଂଗ ଉଠାଇ ପ୍ରଦୀପ ମହାରଥୀଙ୍କୁ ଅଡୁଆରେ ପକାଇଥିଲେ । ଏହି ଦୁର୍ନୀତି ପ୍ରସଂଗ ବିଧାନସଭାର ମୌସୁମୀ ଅଧିବେଶନକୁ ସରଗରମ କରିଥିଲା । ବିରୋଧୀ ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବୀ କରି ବାରଂବାର ପ୍ରଶ୍ନକାଳକୁ ଅଚଳ କରିଥିଲା। କେବଳ ସେତିକି ନୁହେଁ ଓମଫେଡ୍‌ ପଲିରୋଲ କିଣାରେ ୩୦ କୋଟି ଟଂକାର ଦୁର୍ନୀତି ହୋଇଛି ବୋଲି କହି ଡାକ୍ତର ଦାମୋଦର ରାଉତ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଦ୍ବିତୀୟ ଝଟକା ଦେଇଥିଲେ ।

   Related Posts