ଅକ୍ଟୋବର ଶେଷ ସୁଦ୍ଧା ଦାମ ଗଢିବେ ନୂଆ ଦଳ

Published By : Prameya-News7 Bureau | October 03, 2018 IST

ଭୁବନେଶ୍ୱର ୩/୧୦ : ଅକ୍ଟୋବର ଶେଷ ସୁଦ୍ଧା ଦାମ ଗଠନ କରିବେ ନୂଆ ଦଳ । ଏ ନେଇ ଆଜି ସମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦାମଦୋର ରାଉତ । ନୂଆ ଦଳରେ ରହିବ ବିଜୁଙ୍କ ନାଁ । ପିତୃପକ୍ଷ ଚାଲୁଥିବାରୁ ଦଳ ଗଠନରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି । ବର୍ତ୍ତମାନର ବିଜେଡିରେ ନକଳି ବିଜୁପ୍ରେମୀ ଅଛନ୍ତି । ତାଙ୍କ ନୂଆ ଦଳରେ ଅସଲି ବିଜୁ ପ୍ରେମୀ ରହିବେ ବୋଲି ଦାମ ସୂଚନା ଦେଇଛନ୍ତି । ଗତ ମାସରେ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା | ବହିଷ୍କାର ହେବାପରେ ସେ କଣ କରିବେ ଏବଂ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା | ତେବେ ଆଜି ଦାମଙ୍କ ଏହି ସୂଚନା ପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହୋଇଛି | ତେବେ ତାଙ୍କ ନୂଆ ଦଳରେ କେଉଁ ବିଜୁ ପ୍ରେମୀମାନେ ରହିବେ ତାକୁ ନେଇ ଉଠିଛି ପ୍ରଶ୍ନ | କାରଣ ଗତକାଲି କଂଗ୍ରେସ ସଭାରେ ଯୋଗଦେବା ପରେ ଡାକ୍ତର ରାଉତ କହିଥିଲେ ଯେ, ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ଧରାଛୁଆଁ ଦେଉନାହାନ୍ତି | ଅପରପକ୍ଷରେ ବିଜେଡିରୁ ବହିସ୍କୃତ ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ତାଙ୍କ ସହିତ ରହିବେ ବୋଲି ପୂର୍ବରୁ ଡାକ୍ତର ଦାମୋଦର ରାଉତ ସୂଚନା ଦେଇଥିଲେ | କିନ୍ତୁ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏଭଳି କୌଣସି ସମ୍ଭାବନା ନାହିଁ ବୋଲି ସିଧାସଳଖ ଗଣମାଧ୍ୟମକୁ କହିଥିଲେ | କେବଳ ସେତିକି ନୁହେଁ ଓଡିଶାରେ ବିଜେଡି ଛାଡ ଅନ୍ୟ କୌଣସି ଆଞ୍ଚଳିକ ଦଳର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଥିଲେ | ଗତକାଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଡାକ୍ତର ରାଉତ କହିଥିଲେ ଯେ, ଦଳ ଗଢିବା ପାଇଁ ଆବଶ୍ୟକୀୟ ପାଣ୍ଠି ତାଙ୍କ ପାଖରେ ନାହିଁ | ନୂଆ ଦଳ ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ସହ କଥାବାର୍ତା କରିଥିବେ ସେ ସୂଚନ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.