oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବିଜେପିରେ ଯୋଗ ଦେବାପରେ ଡାକ୍ତର ଦାମୋଦର ରାଉତ କ’ଣ କହିଲେ ଜାଣନ୍ତୁ…

14/03/2019 at 9:26 PM

ନୁଆଦିଲ୍ଲୀ ୧୪/୩ : ବିଜେପିରେ ଯୋଗ ଦେବାପରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଚାରା ଘୋଟାଲା ବିଷୟ କହିବାରୁ ଦଳରୁ ବାହାର କରିଦେଲେ ବୋଲି କହି କ୍ଷୋଭ ପ୍ରକାଶ କରାଛନ୍ତି । ୩୫ ବର୍ଷ ଧରି ରାଜନୀତି କରି ଆସୁଥିବା ଦାମୋଦର ରାଉତ କହିଛନ୍ତି ବିଜୁ ପଟ୍ଟନାୟକ ତାଙ୍କ ଆଦର୍ଶ । କିନ୍ତୁ ନବୀନ ପଟ୍ଟନାୟକ ବିଜୁଙ୍କ ଆଦର୍ଶର ଠିକ୍ ଓଲଟା । ବିଜୁ ବାବୁ ରାଜନୀତି କରିବା ପାଇଁ କୋଟିପତିରୁ କୋଠି ବିକିଥିଲେ । କିନ୍ତୁ ନବୀନ ପଟ୍ଟନାୟକ ସେହିମାନଙ୍କୁ ସାହାଯ୍ୟ କରୁଛନ୍ତି ଯେଉଁମାନେ କୋଠି ନଥାଇ କୋଟିପତି ହେବାକୁ ରାଜନୀତିକୁ ଆସୁଛନ୍ତି । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଦଳର ରାଜ୍ୟର ରାଜ୍ୟ ନେତୃବୃନ୍ଦ ଓଡ଼ିଶାକୁ ସୁଶାସନ ଦେଇପାରିବେ ବୋଲି ତାଙ୍କର ହୃଦବୋଧ ହେଉଥିବା ଦାମ କହିଛନ୍ତି ।

ଆଜି ଦିଲ୍ଲୀଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦାମ ବାବୁ ଆଦିବାସୀ ଏବଂ ପଛୁଆ ବର୍ଗ ପାଇଁ ଜଣେ ସହାନୁଭୂତିଶୀଳ ରାଜନେତା । ସେ ବିଜେପିରେ ଯୋଗଦେବା ଫଳରେ ଦଳ ଆହୁରି ଶକ୍ତିଶାଳୀ ହେବ । ଅପରପକ୍ଷରେ ବିଜେଡି ମୁଖପାତ୍ର ସଶ୍ମିତ ପାତ୍ର କହିଛନ୍ତି ଯେ, ଦାମ ବାବୁଙ୍କ ବିଜେପିରେ ମିଶ୍ରଣ ପଛରେ ଉଭୟ ପକ୍ଷର ସାଲିସ ରହିଛି । ଦାମ ବାବୁ କିଛି ଦିନ ତଳେ ବିଜେପିକୁ ସମାଲୋଚନା କରୁଥିଲେ । ଆଜି ସେହି ଦଳରେ ଯୋଗଦେବା କେଉଁ ଆଦର୍ଶର କଥା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଜି ସଂଧ୍ୟାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ଆନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts