ବାରିପଦା ସମାବେଶକୁ ଆସିଲେନି ବୈଜୟନ୍ତ: ଦାମ କହିଲେ ବାଘ ଛାଲ ଘୋଡେଇ ହେଇକି ଗଧିଆ ଲୋକଙ୍କୁ ଡରେଇଲା ଭଳି ଓଡ଼ିଶାବାସୀଙ୍କୁ ପ୍ରବଞ୍ଚନା କରୁଛନ୍ତି ନବୀନ

Published By : Prameya-News7 Bureau | October 21, 2018 IST

ବାରିପଦା ୨୧/୧୦ : ଆଜି ବାରିପଦା ଆସିଥିଲେ ଡ. ଦାମୋଦର ରାଉତ ଓ ଜଜ୍ଞେଶ୍ୱର ବାବୁ । ସହର ସାରା ମ‍ାଳମାଳ ହୋଡିଂ, ପ୍ରଚାର ଗାଡି । ଯେଉଁଥିପାଇଁ ଏବେ ଜିଲ୍ଲା ରାଜନୀତି ମାହୋଲ ଏକ ପ୍ରକାର ସରଗରମ ହୋଇଉଠିଛି । ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ଏକ ସମାବେଶରେ ଗୋଟିଏ ମଞ୍ଚରେ ବସିଥାନ୍ତେ ଦାମ- ବୈଜୟନ୍ତ । ହେଲେ ଆସି ନଥିଲେ ବୈଜୟନ୍ତ । ଦାମଙ୍କୁ ପାଲବଣି ଠାରୁ ଏକ ବିରାଟ ବାଇକ୍ ରାଲି ସହିତ ସ୍ୱାଗତ କରି ସ୍ଥାନୀୟ ଛଉପଡିଆକୁ ନିଆଯାଇଥିଲା । ବିଜେଡି ଶାସନ କାଳରେ ମୟୁରଭଞ୍ଜରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ଘୋଟାଲାର ପର୍ଦ୍ଦାଫାସ କରିବା ଏହି ସମାବେଶର ଉଦ୍ଦେଶ୍ୟ ଥିଲା । ଆଜି ଦିନ ୧୧ଟା ବେଳେ ହେବାକୁ ଥିବା ଏହି ଜନ ସମାବେଶ ୨ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏହି ସମାବେଶକୁ ନେଇ ଶାସକ କିମ୍ବ ବିରୋଧୀ ଦଳର ମୁଖପତ୍ର ମାନେ କିନ୍ତୁ ମୁହଁ ଖୋଲିବାକୁ ନାରାଜ । ତେବେ ଏହା କୌଣସି ରାଜନୈତିକ ସଭା ନୁହେଁ ବରଂ ଦୂର୍ନୀତି ବିରୋଧରେ ଏକ ମିଳିତ ଆନ୍ଦୋଳନର ଆରମ୍ଭ ବୋଲି ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁସୂଚନା ଦିଅାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.