ବିରୋଧୀ ଦଳ ନେତାଙ୍କ ବିଷୟରେ ଏମିତି ବିବାଦୀୟ ବୟାନ ଦେଲେ ଦାମୋଦର ରାଉତ

Published By : Prameya-News7 Bureau | July 01, 2019 IST

ଭୁବନେଶ୍ବର ୧/୭ : ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପ୍ରତିକ୍ରିୟା । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ଦାମ କହିଛନ୍ତି, " ବିରୋଧୀ ଦଳ ନେତା ହେବାକୁ ପ୍ରଦୀପ୍ତ ନାଏକଙ୍କ ଦକ୍ଷତା ନାହିଁ । ମୁଁ ଜିତିଥିଲେ ବିରୋଧୀ ଦଳ ନେତା ହୋଇଥାନ୍ତି । ବିଜୟ ମହାପାତ୍ର ଜିତିଲେ ହେବେ, ହେଲେ ସେ ଜିତିଲେ ତ? ପିନାକୀ ମିଶ୍ର କେନ୍ଦ୍ର ସହଯୋଗ କଥା କହୁଛନ୍ତି । ତାହେଲେ ବିଜେପି କେମିତି ବିଜେଡିକୁ ସହଯୋଗ ନ କରିବ? ବିରୋଧୀ ଦଳ ନେତା ଦଳୀୟ ଆଭିମୁଖ୍ୟ ହିସାବରେ କାର୍ଯ୍ୟ ନ କଲେ ତାଙ୍କ ପଦବୀ ରହିବ ତ? ମୋର ବିଧାନସଭା କାର୍ଯ୍ୟରେ ଅନେକ ଅଭିଜ୍ଞତା ରହିଛି । ହେଲେ ଦଳ ମୋ ପରାମର୍ଶ ନେବା ତ ଦୂରର କଥା, କେତେ ବେଳେ କଣ ହୁଏ ଜଣାନ୍ତି ନାହିଁ । ସବୁ କଥା କହିଦେଲେ, ମୋତେ ଦଳରୁ କାଢିଦେବାର ଭୟ ରହିଛି । ପୋଲାଭରମ ଲାଗି ମାଲକାନଗିରିର ଅନେକ ଗାଁ ବୁଡ଼ିବ । ହେଲେ ପାରସ୍ପରିକ ସହଯୋଗ ଲାଗି ବିଜେଡି-ବିଜେପି ଏହାକୁ ବିରୋଧ କରୁ ନ ଥାଇ ପାରନ୍ତି । ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବା ମନ୍ତ୍ରୀ କହୁଛନ୍ତି । ହେଲେ ରାଜ୍ୟରେ ୫୫ ଲକ୍ଷ ଚାଷୀ ସ୍ୱୀକୃତିପ୍ରାପ୍ତ ରହିଛନ୍ତି । କାଳିଆ ହିତାଧିକାରୀ ତାଲିକାରେ ଅନେକ ମନ୍ତ୍ରୀଙ୍କ ସଂପର୍କୀୟ ଅଛନ୍ତି । ହେଲେ ପ୍ରକୃତ ଚାଷୀକୁ ସୁବିଧା ନାହିଁ ।"

wp:core-embed/youtube {"url":"https://www.youtube.com/watch?v=54Iu6dr_NUU\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=54Iu6dr_NUU&feature=youtu.be
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.