ଦିଲ୍ଲୀରୁ ଫେରିବା ପରେ ନ୍ୟୁଜ୍ ସେଭେନ୍ କୁ ଦାମଙ୍କ ପ୍ରତିକ୍ରିୟା : କହିଲେ ବିଜେପିରେ ମିଶିବାର ନାହିଁ

Published By : Prameya-News7 Bureau | March 10, 2019 IST

ଭୁବନେଶ୍ବର ୧୦/୩: ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ସହ ସାଥୀ ହୋଇ ଦିଲ୍ଲୀ ଗଲେ । ହେଲେ ଦିଲ୍ଲୀରୁ ଫେରି ବିଜେପିରେ ମିଶିବେ ନାହିଁ ବୋଲି ଘୋଷଣା କଲେ ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ । ନିଜେ ଦାମ ନ୍ୟୁଜ୭କୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ଏ କଥା ସ୍ପଷ୍ଟ କରିଛନ୍ତି । ତେବେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିବା ନେଇ ସଂକେତ ଦେଇଛନ୍ତି ଦାମ ।

ଗଲା ୨ ମାସ ହେଲା ସେ ନିଜର ଏକ ଆଞ୍ଚଳିକ ଦଳ ଗଠନ ଲାଗି ପ୍ରୟାସ କରୁଛନ୍ତି । ନିର୍ବାଚନ କମିଶନ ମଧ୍ୟ କଳିଂଗ କ୍ରାନ୍ତି ନାଁକୁ ସ୍ୱୀକୃତି ଦେଇଥିବା ସେ କହିଛନ୍ତି । କଳିଂଗ କ୍ରାନ୍ତି ବିଜେପି ସହ ମେଣ୍ଟ କରିପାରେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଦିଲ୍ଲୀରେ ତାଙ୍କୁ ବିଜେପିର କେହି ବରିଷ୍ଠ ନେତା ଭେଟି ନାହାନ୍ତି । କେବଳ ପ୍ରଭାରୀଙ୍କୁ ଭେଟିଛନ୍ତି ବୋଲି ସେ କହିଛନ୍ତି । ଏହା ସହ ସେ କଂଗ୍ରେସର ପ୍ରଭାରୀଙ୍କୁ ବି ଭେଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.