ଭଙ୍ଗାଗଲା ଏରସମା ରାବଣପୋଡି ମଞ୍ଚ : ନିଆଁ ବାଣ ହେଲେ ଦାମ, ତୃତୀୟ ମହାଲାକୁ ଆକ୍ଷେପ

Published By : Prameya-News7 Bureau | October 19, 2018 IST

ଜଗତସିଂହପୁର ୧୯|୧୦: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକରେ ରାବଣ ପୋଡି ଉତ୍ସବକୁ ନେଇ ଦାମ-ପ୍ରଶାନ୍ତ ଗୋଷ୍ଟି ମୁହାଁମୁହିଁ । ଦୀର୍ଘ ୩୦ ବର୍ଷ ଧରି ଏରସମା ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣ ପୋଡି ଉତ୍ସବ ଚାଲୁଥିବା ବେଳେ ଚଳିତ ବର୍ଷ ଏହି ରାବଣ ପୋଡି ଉତ୍ସବ ଆୟୋଜନକୁ ନେଇ ଦାମ ଓ ପ୍ରଶାନ୍ତ ଗୋଷ୍ଟି ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି । ଚାରିଦିନ ତଳେ ଏହି ପଡ଼ିଆରେ ଦାମ ସ୍ୱାଭିମାନ ସମାବେଶ ଆୟୋଜନ କରିଥିଲେ । ଆଜି ସେହି ମଞ୍ଚରେ ରାବଣ ପୋଡି ଉତ୍ସବ ହୋଇଥାନ୍ତା । ମାତ୍ର ପ୍ରଶାସନ ତରଫରୁ ଆଜି ସକାଳୁ ମଂଚକୁ ପୋଲିସ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି । ପଡିଆକୁ ପ୍ରଶାନ୍ତ ୩ଦିନି ପାଇଁ ବୁକ୍‌ କରିସାରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଏହି ଘଟଣାକୁ ନେଇ ଏରସମାରେ ଚାପା ଉତେଜନା ପ୍ରକାଶ ପାଇଛି । ଅପରପକ୍ଷରେ ଏଇଠି ହିଁ ରାବଣ ପୋଡି ହେବ ବୋଲି ଦାମ ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଧାୟକ ପ୍ରଶନ୍ତ ମୁଦୁଲିଙ୍କୁ ସମାଲୋଚନା କରିଛନ୍ତି । ତୃତୀୟ ମହଲାର ନିର୍ଦ୍ଦେଶରେ ଏଭଳି ହେଉଥିବା ମଧ୍ୟ ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.