ବିଜେଡି ଫେରିବେ ବରିଷ୍ଠ ନେତା ଦାମ ରାଉତ !

Published By : Prameya-News7 Bureau | November 27, 2019 IST

ଭୁବନେଶ୍ବର ୨୭।୧୧: ପୁଣି କ’ଣ ବିଜେଡି ଫେରିବେ ଦାମ ? କ’ଣ ବିଜେଡି ଫେରିବାକୁ ଆଶା ରଖିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ? ତାଙ୍କ ପ୍ରତିକ୍ରିୟାରୁ ଏମିତି କିଛି ଆଭାସ ମିଳିଛି । ସେ କହିଛନ୍ତି ମୁଁ ବିଜେଡିର ଲୋକ, ମୂଳରୁ ଥିଲି । କୌଣସି କାରଣରୁ ଦଳର ସଭାପତି ମୋତେ ଦଳରୁ ବହିଷ୍କାର କଲେ । ଏବେ ବିହିଷ୍କାର ପ୍ରତ୍ୟାହାର କଲେ ମୋର ପରିଚୟ ସହ ବିଜେଡି ପୁଣି ଯୋଡି ହେବ ।

ସେ ଆହୁରି କହିଛନ୍ତି ମୁଁ ସବୁବେଳେ ବିଜେଡି ସହ ଥିଲି । ଦଳରେ ଯୋଗଦେବା କି ନଦେବା ବିଜେଡି ସଭାପତିଙ୍କ ଉପରେ ନିର୍ଭର କରେ । ବିଜେପି ଗଣତନ୍ତ୍ର ନୁହେଁ ଦଳତନ୍ତ୍ରରେ ବିଶ୍ବାସ କରେ ।

ବିଭିନ୍ନ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରି ବିଜେପି ନିଜ ସରକାର ଗଠନ କରିବାକୁ ଚାହୁଁଛି । ଯାହାକି ମହାରାଷ୍ଟ୍ରରେ ସଫଳ ହେଲାନି । ଦେଶର ବହୁଦଳୀୟ ଗଣତନ୍ତ୍ର ବ୍ୟବସ୍ଥାରେ ବିଜେପି ବିଶ୍ବାସ କରେନି ବୋଲି ଦାମ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.