oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ବିଦା ହେବେ ଦାମ ! ନବୀନଙ୍କୁ ଫେରାଦ ହେଲେ ବିଷ୍ଣୁ ଓ ପ୍ରଶାନ୍ତ

10/09/2018 at 6:43 PM

ଭୁବନେଶ୍ୱର ୧୦/୯ : ଦାମ ରାଉତଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲାର ଦଳର ଆଉ ଦୁଇ ଜଣ ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ | ଦାମ ବାବୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି | ବିଷ୍ଣୁ ଦାସ ସିଧା ସଳଖ ଅଣହିଯୋଗ କରିଛନ୍ତି ଯେ, ଏରସମାରେ ବିରୋଧୀଙ୍କୁ ନେଇ ଦାମ ବୈଠକ କରୁଛନ୍ତି |
ଅପରପକ୍ଷେ ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ ନେଇ ଡାକ୍ତର ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ବିଜୁଙ୍କ ନାଁ ଯେଉଁ ପର୍ଯ୍ୟନ୍ତ ଦଳର ନାଁ ସହିତ ଯୋଡି ହୋଇ ରହିଛି ସେ ପର୍ଯ୍ୟନ୍ତ ଦଳରେ ଦାମ ଅଛନ୍ତି |

ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ ପରେ ବିଜେଡି ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି | ଦଳର ବରିଷ୍ଠ ନେତାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା କୁହାଯାଉଛି | ତେବେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନନେଇ ଆସନ୍ତାକାଲି ନିଷ୍ପତ୍ତି ନେବା ପାଇଁ ସ୍ଥିର ହୋଇଥିବା କୁହାଯାଉଛି | ଦାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କଣ ପ୍ରତିକୂଳ ପ୍ରଭାବ ପଡିବ ସେ ନେଇ ମାରାଥନ ଚର୍ଚ୍ଚା ଦଳ ଭିତରେ ଲାଗି ରହିଛି |

ସୂଚନାଯୋଗ୍ୟ ଯେ, ବିଧାନସଭା ଅଧିବେଶନ ଆରମ୍ଭ ହେବା ପରଠାରୁ ଦାମ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଚେଷ୍ଟା କରି ଆସୁଛନ୍ତି | କେବଳ ସେତିକି ନୁହେଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାରିବାପଣକୁ ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦାମ ପ୍ରଶ୍ନ ଉଠାଇଛନ୍ତି | ନବୀନଙ୍କୁ ଦୁର୍ନୀତିଗ୍ରସ୍ତ ଲୋକମାନେ କବଳିତ କରି ରଖିଥିବା ଦାମ ଆକ୍ଷେପ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କୁ ଆଜି ଦାମ ଟାର୍ଗେଟ କରିବା ସହ ରାଜ୍ୟରେ ତାମିଲ ଉପନିବେଶବାଦ ଚାଲିଛି ବୋଲି କଟାକ୍ଷ କରିଛନ୍ତି |

ଦାମଙ୍କ ତୁଣ୍ଡକୁ କିଭଳି ଅଟକାଯିବ ସେ ନେଇ ଦଳ ଭିତରେ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ବିଷ୍ଣୁ ଓ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ ଆଉ ଏକ ଦିଗ ଉନ୍ମୋଚନ କରିଛି |

   Related Posts