ଦାମ-ପ୍ରଶାନ୍ତ ମୁହାଁ ମୁହିଁ ; ଏରସମାରେ ଚାପା ଉତ୍ତେଜନା, ଦାମ କହିଲେ ପ୍ରଶାନ୍ତ ମୁଦୁଲି ମୋଟା ବୁଦ୍ଧିଆ
Published By : Prameya-News7 Bureau | October 20, 2018 IST
ଭୁବନେଶ୍ବର ୨୦|୧୦: ରାବଣ ପୋଡ଼ିକୁ ନେଇ ଏରସମା ବନ୍ଦ । ଦାମ-ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ ମୁହାଁମୁହିଁ । ଦାମ ଆୟୋଜନ କରୁଥିବା ରାବଣ ପୋଡ଼ି ଉତ୍ସବକୁ ପ୍ରଶାସନ ଅନୁମତି ଦେଇ ନଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କୁ ମିଳିଛି ୩ ଦିନ ଅନୁମତି । ଯାହାକୁ ଏରସମାରେ ଚାପା ଉତ୍ତେଜନା ଦେଖାଦେଇଛି । ଶହେ ଘରିଆ ଗାଁ କମିଟି ଏରସମାରେ ବନ୍ଦ ପାଳନ କରିଛି । ସେପଟେ ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦାମ ବାବୁ ଓ ପ୍ରଶାନ୍ତ ମୁଦୁଲି ।
ରାବଣି ପୋଡି ଉତ୍ସବକୁ ନେଇ ଦାମ ଓ ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ ମୁହଁମୁହିଁ । ଏରସମା ଠପ୍ । ରାବଣ ପୋଡ଼ି ଉତ୍ସବ ପାଳନ ପାଇଁ ପ୍ରଶାସନ ଅନୁମତି ଦେବା ପରେ ଦାମଙ୍କ ମଞ୍ଚକୁ ପୋଲିସ ଭାଙ୍ଗି ଦେଲା । ପ୍ରଶାନ୍ତ ମୁଦୁଲି ଗୋଷ୍ଠୀ, ଆଜି ଠାରୁ ୩ ଦିନ ସେଠି ରାବଣ ପୋଡ଼ି ଉତ୍ସବ କରୁଛନ୍ତି । ଯାହାକୁ ବିରୋଧ କରି ଏରସମା ବନ୍ଦ ପାଳନ କରିଛି ଶହେ ଘରିଆ କମିଟି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏରସମାରେ ବନ୍ଦ ପାଳନ କରାଯାଉଥିବା ବେଳେ ଭୁବନେଶ୍ବରରେ ଥାଇ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବର୍ଷିଛନ୍ତି ଦାମ ବାବୁ । ମୋଟା ବୁଦ୍ଧିଆ ପ୍ରଶାନ୍ତ ମୁଦୁଲି, ସୋସିଆଲ ଫଙ୍କସନକୁ ନେଇ ରାଜନୀତି କରୁଛନ୍ତି । ଯାହାର ଜବାବ ଲୋକେ ଦେବେ ବୋଲି କହିଛନ୍ତି ଦାମ ବାବୁ । ସେପଟେ ପ୍ରଶାନ୍ତ ମୁଦୁଲି ମଧ୍ୟ, ଦାମ ବାବୁଙ୍କୁ ଜବାବ ଦେଇଛନ୍ତି ।
୩୦ ବର୍ଷ ଧରି ଦାମ ରାଉତ ରାବଣ ପୋଡି ଉତ୍ସବ କରି ଆସୁଥିଲେ । ହେଲେ ଚଳିତବର୍ଷ ବିଜେଡିରୁ ବିଦା ହେବା ପରେ ଏଭଳି ପରିସ୍ଥିତି ।