ଭୁବନେଶ୍ଵର ୨୮/୧୦- ଦାମକୁ କଟାକ୍ଷ କାଲେ ତାଙ୍କ ଅନୁଗତ ତଥା ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି । ଯାହାକୁ ବିଧାୟକ ଭାବେ ଠିଆ କରିଥିଲେ ସେ ହି ଦାମଙ୍କୁ ତୀର ମାରିଛନ୍ତି । ଦାମ କୁଆଡେ ଭଡାଟିଆ ବକ୍ତା । ଭଡାରେ ସରାକର ବିରୋଧରେ ଗପିବାକୁ ଯାଉଛନ୍ତି। ଆଉ ନିଜ ନିର୍ବାଚନ ମଣ୍ତଳୀରେ ସମାବେଶ କରିବା ପାଇଁ ସାହାସ ନଥିବା କଥା କହିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି । କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି । କୁଆଡେ ଦାମଙ୍କର ଆଉ ସାହାସ ନାହିଁ । ସେଥିପାଇଁ ସେ ପାରାଦ୍ବୀପରେ ସମାବେଶ କରି ପାରୁ ନାହାନ୍ତି । ଆଗାମୀ ନିର୍ବାଚନରେ ଦାମ କୌଣସି ପ୍ରଭାବ ପଡିବ ନାହିଁ । ଜିଲ୍ଶା ହେଉ ବା ନିର୍ବାଚନ ମଣ୍ତଳୀ କେଉଁଠି ବି କିଛି ପ୍ରଭାବ ପଡିବ ନାହିଁ ବୋଲି ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ଯାହାକୁ ଦାମ ବିଧାୟକ କରିଛନ୍ତି ସେ ପୁଣି ବିରୋଧରେ ବିଷ ଓଗାଳୁଛନ୍ତି । ଏହାକୁ ସହଜେ ଦାମ କେମିତି ଗ୍ରହଣ କରିବେ । ସେ ବି ଛାଡିବା ଲୋକ ନୁହଁନ୍ତି ।
ସିଧା ସିଧା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବିଧାନସଭା ଆସିବା ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଆଗାମୀ ନିର୍ବାଚନରେ ପ୍ରଶାନ୍ତ ମୁଦୁଲି କୁଆଡେ ବିଧାନ ସଭା ଆଉ ଦେଖିପାରିବେନି । ସାହାସ କଥା ବି ଉଠାଇଛନ୍ତି ଦାମ । କହିଛନ୍ତି ବିଧାୟକ ନିଜେ ନିଜ ନିର୍ବାଚନ ମଣ୍ତଳୀରେ କୁଆଡେ ରାବଣ ପୋଡି ଅୟୋଜନ କରିଥିଲେ ସେଠିକୁ ଯାଇଥିଲେ ପୋଲିସ ସୁରକ୍ଷାରେ ଆଉ ଆସିଥିଲେ ମାତ୍ର ୨ଶହ ଲୋକ । ବାଲି ତୁଠ ରାବିଣ ପୋଡିକୁ ବି ପ୍ରଶାନ୍ତ ମୁଦୁଲିଙ୍କୁ କାହିକିଁ ଡାକି ନାହାନ୍ତି ବୋଲି ଦାମ ଓଲଟା ପ୍ରଶ୍ନ କରିଛନ୍ତି । ଆଉ ବିଧାୟକ ହେଉ ହେଉ କେମିତି କୋଟିପତି ହେଲେ । ଏନଆରଜିଏସ କାମରେ ଟଙ୍କା ହେର ଫେର କରିଥିବା ଅଭିଯୋଗ କରିଛନ୍ତି ଦାମ । ବିଜେଡିରୁ ଦାମ ବହିଷ୍କାର ହେବା ପରେ ଦାମ ଜିଲ୍ଲା ପରେ ଜିଲ୍ଲା ବୁଲି ସରକାର ବିରୋଧରେ ଦୁର୍ନୀତି କଥା ଉଠାଇଛନ୍ତି ବୋଲି ବିଧାୟକ ପ୍ରଶାନ୍ତ ମୁଦୁଲି ।