ଦାମ-ପ୍ରଦୀପ ଯୁଦ୍ଧ ଥରାଇଲା ବିଧାନସଭା, ବିରୋଧୀ ଦାବୀ କଲେ ଦୁର୍ନୀତିର ସିବିଆଇ ତଦନ୍ତ

Published By : Prameya-News7 Bureau | September 06, 2018 IST

ଭୁବନେଶ୍ବର ୬|୯: ଚାରା ଘୋଟଲା ପ୍ରସଙ୍ଗରେ ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ମୁହଁ ଖୋଲିବା ପରେ ଏହି ପ୍ରସଙ୍ଗ ଉଠିଛି ବିଧାନସଭାରେ । ଘୋଟାଲରେ କିଏ କିଏ ସମାଲିଲ ଓ ଦୁର୍ନୀତିର ଗଡଫାଦର କିଏ ତାହାର ସିବିଆଇ ତଦନ୍ତ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲା ବିଜେପି । ଆଉ ପାଦେ ଆଗକୁ ଯାଇ ମନ୍ତ୍ରୀ ମହାରଥୀଙ୍କୁ ଆଜି ପୁଣି ଟାର୍ଗେଟ କରିଛନ୍ତି ଦାମବାବୁ । ମହାରଥୀ ହିଁ ତାଙ୍କ ମନ୍ତ୍ରୀ ପଦ ଯିବା ପଛର ଭାଗିଦାର କହିହବା ସହ ଓମଫେଡର ୩୦ କୋଟି ଘୋଟାଲାର ନୂଆ ଆରୋପ ଆଣିଛନ୍ତି । ଆଉ ଏହାର ଜବାବ ରଖିଛନ୍ତି କୃଷିମନ୍ତ୍ରୀ । ସେପଟେ ଚାରା ଘୋଟାଲାର ଅଭିଯୋଗରେ ନିଲମ୍ବନ ଦେଇ ପୁଣି ପୁନ ନିଯୁକ୍ତି ପାଇଥିବା କୃଷି ଅଧିକାରୀ କହିଛନ୍ତି ତାଙ୍କ କିଛି ଦୋଷ ନାହିଁ । ଚାରା ଘୋଟାଲାକୁ ନେଇ ମୁହାଁ ମୁହିଁ । ପର୍ବତନ କୃଷି ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ । କାହା ସମୟରେ ଦୁର୍ନିତୀ ହୋଇଛି ତାକୁ ନେଇ ଚାଲିଛି କଥା କଟା କଟି । ୧୭ କୋଟି ନୁହେଁ ଶହେ କୋଟିର ଦୁର୍ନୀତି ହୋଇଛି ବୋଲି ଯୁକ୍ତି ବାଢିଛନ୍ତି ଦାମ ବାବୁ। ମହାରଥୀଙ୍କ ସମୟରେ ସବୁ ଦୁର୍ନୀତି ହୋଇଛି ବୋଲି ଗୁମର ଖୋଲିଛନ୍ତି ଦାମୋଦର । ମହାରଥୀ ତାଙ୍କ ମନ୍ତ୍ରୀ ପଦ ଯିବା ପଛର ଭାଗିଦାରୀ ବୋଲି କହିଛନ୍ତି ଦାମ । ଓମଫେଡ ଦୁର୍ନୀତି ର ଖୁଲାସା କରିଛନ୍ତି । କହିଛନ୍ତି ଓମଫେଡରେ କ୍ଷୀର ପ୍ୟାକ ଲାଗି ପଲିଥିଲ କିଣାରେ ୩୦ କୋଟିର ଘୋଟାଲା ହୋଇଛି ।ସେତେବେଳର ଏମଡି ଏହାର ଭିଜିଲାନ୍ସ ତଦନ୍ତ ଲାଗି ସୁପାରିଶ କରିଥିବାବେଳେ ତାଙ୍କୁ ହଟାଇ ଦିଆଗଲା ଓ ବିଭାଗୀୟ ତଦନ୍ତ ହେଲା । ସବୁ ତଦନ୍ତ ମହାରଥୀଙ୍କ ବେଳେ ହୋଇଛି ବୋଲି ବାଣ ମାରିଛନ୍ତି ଦାମ ବାବୁ ।ସେପଟେ ମହାରଥୀ ବି ଦାମବାବୁଙ୍କୁ ଆଟାକ କରିବାକୁ ଛାଡି ନାହାନ୍ତି । କହିଛନ୍ତି କଳି ଯୁଗରେ କେହି ବି ସତୀ ନୁହଁନ୍ତି । ତାଙ୍କବେଳେ ନୁହେଁ ବଂର ପୂର୍ବ ଦୁର୍ନୀତିରେ ସେ କାର୍ଯ୍ୟାନୁଷାଟନା ନେଇଛନ୍ତି । ସେପଟେ ବିଧାନସଭାରେ ବି ଚାରା ଘୋଟାଲା ତାତି । ଦୁର୍ନୀତିର ପଛର ଗଡଫାଦର କିଏ ? ଚାରା ଘୋଟାଲାରେ ଶହେ କୋଟି ଯାଇଛି କୁଆଡେ । କୃଷି ବିଭାଗର ଦୁର୍ନୀତିକୁ ନେଇ ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋ ହଲ୍ଲା ।ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବି କରି ବିଜେପି ବିଧାୟକଙ୍କ ନାରାବାଜି । ପୂବର୍ବତନ କୃଷି ମନ୍ତ୍ରୀ ଘୋଟାଲା ହୋଇଥିବା ଦାବି କରୁଛନ୍ତି । କୃଷି ମନ୍ତ୍ରୀଙ୍କ ଉତ୍ତରରେ ପୂର୍ବତନ ମନ୍ତ୍ରୀ ସନୃଷ୍ଟ ନୁହଁନ୍ତି । ୧୭ କୋଟି ନୁହେଁ ୧୦୦କୋଟିର ଘୋଟାଲା ହୋଇଛି । ତେଣୁ ଏହାର ସିବିଆଇ ତଦନ୍ତ ହେଉ । ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ସରକାର । ପୁରା ଘଟଣାରେ ଗର୍ଡ ଫାଦର କିଏ ସରକାର ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି ।ସେପଟେ ବିଜେଡି କହିଛି ଆଲୋଚନା ନକରି ପ୍ରଶ୍ନ କାଳ ବନ୍ଦ କରାଇବା ଠିକ ହୋଇନି । ସେପଟେ ମୟୁରଭଞ୍ଜଡ ଚାରା ଘୋଟାଲେ ଛନ୍ଦି ହୋଇ ନିଲମ୍ବିତ ଦୋଇଥିବା କୃଷି ଅଧିକାରୀ ଧରଣୀ ଧର ପାତ୍ର ଏବେ ନୟାଗଡ ଡିଡିଏ ଅଛନ୍ତି । ସେ ବିନା ଦାୟିତ୍ବରେ ଅଛନ୍ତି । ତାଙ୍କ ବିରୋଧରେ ତଦନ୍ତ ଚାଲୁଥିବା ମନ୍ତ୍ରୀ କହିଥିବାବେଳେ ଧରଣୀ ଧର କହିଛନ୍ତି ସେ ଦୁର୍ନୀତିରେ ନାହାନ୍ତି । ଚାରା ଘୋଟାଲାକୁ ବିରୋଧୀ ଅସ୍ତ୍ର କରିଥିବାବେଳେ ଦଳର ଦୁଇ ବରିଷ୍ଠ ନେତା ଓ ଜଣେ ପୂର୍ବତନ ମନ୍ତ୍ରୀ ଓ ମନ୍ତ୍ରୀଙ୍କ ଭିତରେ ବାକ ଯୁଦ୍ଦ ଏବେ ସରକାରଙ୍କୁ ଅଡୁଆରେ ପକାଇବା ସହ ବିରୋଧୀଙ୍କୁ ବଳ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.