ଚର୍ଚ୍ଚାରେ ଦାମବାବୁ , ପୁଣି ମାରିଲେ ଦାମବାଣ

Published By : Prameya-News7 Bureau | August 29, 2019 IST

ଭୁବନେଶ୍ୱର – ନିଜ ଖୋଲା ତୁଣ୍ଡ ପାଇଁ ପୂର୍ବତନ ମନ୍ତ୍ରୀ ଦାମବାବୁ ବେଶ୍‌ ଚର୍ଚ୍ଚାରେ ରୁହନ୍ତି  । ଏଥିପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡିଛି । କେତେବେଳ ମନ୍ତ୍ରୀ ପଦ ଯାଇଛି ତ କେତେ ବେଳେ ଦଳରୁ ଯାଇଛନ୍ତ । ଦାମବାବୁ ନିଜେ କହୁଛନ୍ତି। ବିଜେଡ଼ି ଛାଡ଼ି ସେ ଦୁର୍ନୀତି ବିରୁଦ୍ଧରେ ଲଢ଼ିବାପାଇଁ ବିଜେପିକୁ ଆସିଥିଲେ। ବିଜେପି ପାଇଁ ଢ଼େର କାମ ବି କରିଥିଲେ। ଏବେ କିନ୍ତୁ ଦଳ ପାଇଁ ସେ ଅଲୋଡ଼ା ହୋଇଯାଇଛନ୍ତି। ଦଳ ତାଙ୍କୁ ଅନଫିଟ୍ ଭାବୁଛି, ଏବଂ କେହି ତାଙ୍କୁ ପଚାରୁ ନାହାନ୍ତି ବୋଲି ଦାମବାବୁ ଅଭିମାନ କରି କହିଛନ୍ତି। ଗୁରୁବାର ମିଡ଼ିଆ ଆଗରେ  ଦାମୋଦର ରାଉତ ଏହି କଥା ପ୍ରକାଶ କରିଛନ୍ତି ।

କିଛି ଦିନର ନୀରବତା ପୁଣି ଖୋଲିଛି ଦାମଙ୍କ ତୁଣ୍ଡ । ଦାମ ବାବୁ ପୁଣି ଚର୍ଚ୍ଚାରେ । କିନ୍ତୁ ତାଙ୍କର ସେଇ ପୁରୁଣା ସେନାପତିଆ ଷ୍ଟାଇଲ ଆଉ ନାହିଁ। ତେଣୁ ତରବାରୀ ସିନା ଚଳାଇଛନ୍ତି, କିନ୍ତୁ ଧାର ଥିବା ଭଳି ମନେହେଉନି।

wp:core-embed/youtube {"url":"https://youtu.be/NEAqwnUEi14","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/NEAqwnUEi14
/wp:core-embed/youtube

ଏମିତିରେ ତ  ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଦାମ ବାବୁ।ଅବଶ୍ୟ ସେକଥା ଭିନ୍ନ ଯେ, ଦାମ ବାବୁ ଚର୍ଚ୍ଚାରେ ରହିବାକୁ ସବୁବେଳେ ଭଲ ପାଆନ୍ତି।କିଛି ପ୍ରସଂଗ ଆସିଗଲେ, ଦାମ ବାବୁଙ୍କ ଟିଆରପି ଖୁବ ବଢିଯାଏ। ଧୁମ୍ ଗପିପାରନ୍ତି। କେବେ ସିଧା ତ କେବେ, ବୁଲେଇ ବଙ୍କେଇ ବାଣ ମାରନ୍ତି। ଇଶାରା କରନ୍ତି।  ଦାମ ବାବୁ କେବେକେବେ ଏକଥା ବି ଦର୍ଶାଇବାକୁ ଚାହୁଁଥାଇପାରନ୍ତି ଯେ, ସେ କାହାକୁ ଡରନ୍ତି ନାହିଁ।ସେ ଯାହା ଚାହିଁବେ, ସେ କଥା ଖୋଲାଖୋଲି, ଯାହା ତାହା ଆଗରେ ବି କହିଦେଇପାରିବେ।କିନ୍ତୁ ଅସଲରେ ସେଇୟା  କି ! ଦାମ ବାବୁଙ୍କ ଏପ୍ରକାରର କୁହାଳିଆ ଅଭ୍ୟାସ ପାଇଁ ବିଜେଡି ଆଗରୁ  ଢ଼େର ଚିନ୍ତାରେ ଥିଲା। ଆଉ ଦିନେ  ହାତରୁ ମନ୍ତ୍ରୀପଦ ଗଲା । ଖାଲି ମନ୍ତ୍ରୀ ପଦ କାହିଁକି,  ଦଳର ଉପସଭାପତି ଆଉ ଦଳୀୟ ପର୍ଯ୍ୟବେକ୍ଷକ ପଦ ବି କାଢ଼ିନିଆଗଲା । ଶେଷରେ ନିର୍ବାସନ କାଟୁଥିବାବେଳେ,  ବିଜେପିକୁ ଆସିଥିଲେ ଦାମ ରାଉତ।

କିନ୍ତୁ ବିଜେପି ମଧ୍ୟ କାଳେ ତାଙ୍କୁ ଅନଫିଟ୍‌ ଭାବୁଛି। ସେମିତି କିଛି କହିବାକୁ ଚାହିଛନ୍ତି ଦାମବାବୁ। ତାଙ୍କ କହିବାକଥା, ବିଜେଡି ଛାଡିବା ପରେ ବିଜେପି ମୋତେ ଦୁର୍ନୀତି ବିରୋଧର ଲଢିବାକୁ ଡାକିଥିଲା । ଦଳରେ ମିଶି ନିର୍ବାଚନ ଲଢିଲି । ଦଳ ପାଇଁ ପ୍ରଚାର କଲି । କିନ୍ତୁ ଭୋଟ୍ ପରେ ଏବେ ଦଳରେ ମୋତେ କେହି ଯୋଗାଯୋଗ କରୁନାହାନ୍ତି ?  କି ପଚାରୁ ନାହାନ୍ତି । ଦଳର ଷ୍ଟାର ପ୍ରଚାରକ ଥିବା ଦାମବାବୁ  କିନ୍ତୁ ଏବେ ଦଳ ପାଇଁ ଏକ ପ୍ରକାର ଅଲୋଡା ହୋଇଯାଇଛନ୍ତି ବୋଲି ଖୋଦ୍ ଦାମ ଗଣମଧ୍ୟମରେ କହିଛନ୍ତି ।

ବୁଝିବାରେ ଅସୁବିଧା ନାହିଁ ଯେ ଏହା ଦାମବାବୁଙ୍କର ଅଭିମାନ। କିନ୍ତୁ ରାଜନୀତିରେ ବୋଧହୁଏ ଅଭିମାନର ଜାଗା ନାହିଁ। ତାହା ପୁଣି ଏ ବୟସରେ। ତେଣୁ କେହି ତାଙ୍କୁ ଅନଫିଟ୍ କହିବା କି ଭାବିବା ଆଗରୁ, ଦାମବାବୁ ହିଁ ନିଜକୁ ଅନଫିଟ୍ ଘୋଷଣା କରିଦେବା, ସବୁଠୁ ଭଲ ବାଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.