ଗୁଣୁପୁର: ଡ଼୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଲେ ୩ ଜଣ

Published By : Prameya-News7 Bureau | March 10, 2020 IST

ଗୁଣୁପୁର୧୦/୩: ପାଣି ବୁଡ଼ି ପ୍ରାଣ ହରାଇଲେ ୩ ଜଣ। ଗୁଣୁପୁର ପଦ୍ମପୁର ଥାନା ବଡ଼ନାଳ ଡ୍ୟାମ୍‌ରେ ବୁଡ଼ି ତିନିଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ରଙ୍ଗ ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡ଼ି ପ୍ରାଣ ହରାଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ ଥିବା ଆଉ ଜଣଙ୍କ ସଙ୍କାଟାପନ୍ନ ଥିବା ସୂଚନା ମିଳିଥିଲା। ଶେଷରେ ଗୁରୁତର ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.