Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଦଲଜିତ୍‌ କୌରଙ୍କ ହାତରେ ଲାଗିଲା ମେହେନ୍ଦୀ, ଏହି ଦିନ ବ୍ୟବସାୟୀଙ୍କୁ କରିବେ ବିବାହ

17/03/2023 at 11:38 AM

ମୁମ୍ଵାଇ ୧୭।୦୩: ବର୍ତ୍ତମାନ ମନୋରଞ୍ଜନ ଜଗତରେ ସେଲିବ୍ରିଟିଙ୍କ ବିବାହ ଜୋରଦାର ଚାଲିଛି । ନିକଟରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ବିବାହ କରିଛନ୍ତି। ଏହା ପରେ ସେ ଏକ ବିଶାଳ ରିସେପ୍ସନ୍ ଦେଇଥିଲେ। ଏହା ବ୍ୟତୀତ ଗୁରୁବାର ଦିନ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ ସାତ ଫେରା ନେଇଥିଲେ। ଏହି ସମୟରେ ଟିଭି ଅଭିନେତ୍ରୀ ଦଲଜିତ କୌର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ବିବାହ ପ୍ରି-ୱେଡିଂ ଫଙ୍କସନ୍‌ ଆରମ୍ଭ ହୋଇଛି । ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ମେହେନ୍ଦୀ ସମାରୋହର ଭିଡିଓ କ୍ଲିପ୍ ସେୟାର କରିଛନ୍ତି।

Dalljiet Kaur Marriage:दलजीत कौर ने रचाई निखिल के नाम की मेहंदी, हथेली पर  बयां की लाइफ स्टोरी - Shalin Bhanot Ex Wife Dalljiet Kaur Going To Be  Marriage Nikhil Patel Soon Know

ଉଲ୍ଲେଖନୀୟ କଥା ହେଉଛି, ଦଲଜିତ ବ୍ରିଟେନର ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କର ବିବାହର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହା ତିନିଦିନ ଚାଲିବ, ୧୮ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ନଜର ଆସିଛନ୍ତି। ଏହା ସହିତ ସେ ମେହେନ୍ଦି ଫଙ୍କସନ୍ର ଏକ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦଲଜିତ ବିବାହ ପାଇଁ ଖୁବ୍‌ ଖୁସି ଥିବାର ଜଣାପଡୁଛି।

କହିବାକୁ ଗଲେ ନିଖିଲ ପଟେଲ ଏବଂ ଦଲଜିତ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଦୁହେଁ ନିଜ ବିବାହ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଉଭୟଙ୍କ ରୋମାଣ୍ଟିକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅନ୍ୟପଟେ କହିବାକୁ ଗଲେ ଉଭୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ୨୦୦୯ ମସିହାରେ ଦଲଜିତ୍‌ ଶାର୍ଲିନଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ରେ ଦୁହେଁ ଛାଡପତ୍ର ନେଇଥିଲେ। ଏହା ପୂର୍ବରୁ ନିଖିଲ ମଧ୍ୟ ବିବାହ କରିଥିବାବେଳେ ତାଙ୍କର ପ୍ରଥମ ବିବାହରୁ ତାଙ୍କର ୨ ଝିଅ ମଧ୍ୟ ଅଛି।

   Related Posts