Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶାର୍ଲିନ୍‌ଙ୍କ ପୂର୍ବ ପତ୍ନୀ ଦଲଜିତ୍‌ କଲେ ନିର୍ବନ୍ଧ, ମାର୍ଚ୍ଚରେ ବିଜନେସ୍‌ମ୍ୟାନ୍‌ଙ୍କୁ କରିବେ ବିବାହ

4/02/2023 at 12:23 PM

ମୁମ୍ଵାଇ ୦୪।୦୧: ବିଗ୍ ବସ୍ ଫେମ୍‌ ଦିଲଜିତ୍ କୌରଙ୍କୁ ଦ୍ୱିତୀୟ ସୁଯୋଗ ମିଳିଛି। ଜଣେ ବ୍ୟବସାୟୀଙ୍କ ସହ ନିର୍ବନ୍ଧ କରିଛନ୍ତି।  ବିଗ୍ ବସ୍ ୧୬ ପ୍ରତିଯୋଗୀ ଶାର୍ଲିନ ଭନୋଟଙ୍କ ପୂର୍ବ ପତ୍ନୀ ଦଲଜିତ୍ କୌର । ଚଳିତ ବର୍ଷ ମାର୍ଚ୍ଚରେ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରିଟେନର ନିଖିଲ ପଟେଲଙ୍କୁ ବିବାହ କରିବେ। ଦଲଜିତ ଏବଂ ଶାର୍ଲିନଙ୍କର ମଧ୍ୟ ଏକ ପୁଅ ଅଛି । ଯିଏ ଦଲଜିତଙ୍କ ସହ ରୁହନ୍ତି।

निखिल की भी दूसरी शादी, उनकी भी है दो बेटियां

ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ, ଦଲଜିତ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମାସରେ ସ୍ୱପ୍ନର ରାଜକୁମାରଙ୍କ ସହ ସାତଫେରା ନେବେ। ଏହା ମଧ୍ୟ କୁହାଯାଉଛି ଯେ ବିବାହ ପରେ ଦଲଜିତ୍‌ ତାଙ୍କ ନଅ ବର୍ଷର ପୁଅ ଜେଡନଙ୍କୁ ସହ ଲଣ୍ଡନ ନେଇକି ଯିବେ। ଏ ବିଷୟରେ ସେୟାର କରି କହିଛନ୍ତି , “ବିବାହ ମାର୍ଚ୍ଚରେ । ବର୍ତ୍ତମାନ ମୁଁ ନାଇରୋବି (ଆଫ୍ରିକା) କୁ କିଛି ବର୍ଷ ପାଇଁ ଯିବି । କାରଣ ନିଖିଲ ବର୍ତ୍ତମାନ କାର୍ଯ୍ୟ ପାଇଁ ସେଠାରେ ଅଛନ୍ତି । ଏହା ପରେ ଆମେ ଲଣ୍ଡନକୁ ଫେରିବୁ ।

ऐसे शुरू हुई दलजीत कौर और निखिल की लवस्टोरी

ନିଖିଲଙ୍କ ବିଷୟରେ ଦଲଜିତ୍‌ କହିଛନ୍ତି ଯେ ମୁଁ ଗତ ବର୍ଷ ଦୁବାଇରେ ଏକ ପାର୍ଟୀରେ ନିଖିଲଙ୍କୁ ଭେଟିଥିଲି। ମୁଁ ତାଙ୍କୁ ମୋ ପୁଅ ବିଷୟରେ କହିଲି । ସେ ତାଙ୍କର ଦୁଇ ଝିଅ ବିଷୟରେ କହିଥିଲେ। ସେମାନ ଗୋଟିଏ ଝିଅର ବୟସ ୧୩ ବର୍ଷ ଆଉ ଏକ ଆଠ ବର୍ଷ । ଏହା ପରେ ଦୁଇଜଣ ସିଙ୍ଗଲ ଫ୍ୟାରେଣ୍ଟସ୍‌ଙ୍କ ବାର୍ତ୍ତାଳାପ ଆରମ୍ଭ ହେଲା ଏବଂ ଆମେ ନିକଟତର ହେବାକୁ ଲାଗିଲୁ । ଏହା ବ୍ୟତୀତ ଦଲଜିତ୍‌ କହିଛନ୍ତି ନିଖିଲଙ୍କ ବଡ ଝିଅ ବିବାହ ପରେ ତାଙ୍କ ସହିତ ରହିବେ। ତାଙ୍କ ସାନ ଝିଅ ଅନିକା ତାଙ୍କ ମାଆଙ୍କ ସହ ଆମେରିକାରେ ରହିବେ। ଅଭିନୟ ଏବଂ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ କିଛି ପ୍ରୋଜେକ୍ଟରେ ଦସ୍ତଖତ କରିଛନ୍ତି। କାମ ପାଇଁ ମୁମ୍ବାଇ ଆସିବାକୁ ପଡିପାରେ ।

   Related Posts