scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀର୍ଘ ୨୦୦ ବର୍ଷ ଅପେକ୍ଷା କରିବା ପରେ ଭଗବାନଙ୍କୁ ଦର୍ଶନ କଲେ ଦଳିତ ଭକ୍ତ; ହଟିଲା ଉଚ୍ଚନୀଚର ଭେଦଭାବ  

2/01/2023 at 5:45 PM

କଲ୍ଲାକୁରିଚି: ଦୀର୍ଘ ୨୦୦ ବର୍ଷ ପରେ ଶେଷରେ ଦିଅଁ ଦର୍ଶନ କଲେ ଦଳିତ। ଠାକୁରଙ୍କୁ ପାଖରୁ ଦେଖିବାକୁ ସୁଯୋଗ ପାଇଲେ ଦଳିତ ସମ୍ପ୍ରଦାୟର ଲୋକେ।ଦଳିତ ସମ୍ପ୍ରଦାୟର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ମନା କରିଥିଲେ ସମାଜର ବଡ଼ପଣ୍ଡାମାନେ। ଈଶ୍ୱର କେବଳ ଆର୍ଥିକ ସ୍ୱଚ୍ଛଳ ଓ ଉଚ୍ଚଜାତିର ଦଳିତ ବୋଲି ଏମାନେ ହୁଏତ ବର୍ଗୀକୃତ କରିଦେଇଥିଲେ। ହେଲେ ଦୀର୍ଘ ୨୦୦ ବର୍ଷର ସେଇ ଘୃଣ୍ୟ ପରମ୍ପରା ହଟିଛି। ଦିଅଁ ଦର୍ଶନରେ ସୁଯୋଗ ପାଇଛନ୍ତି ଦଳିତ ଆଦିବାସୀ। ତାମିଲନାଡୁର କଲ୍ଲାକୁର୍ଚୀ ଜିଲ୍ଲା ଚିନ୍ନସାଲେମ ସହରରେ ଥିବା ବରଦ୍ଧରାଜ ପେରୁମଲ ମନ୍ଦିର ଆଜି ଦିଅଁ ଦର୍ଶନ କରିଛନ୍ତି ଆଦିବାସୀ। ବୈକୁଣ୍ଠନାଥ ଏକଦଶୀରେ ଏମାନେ ମନ୍ଦିର ଭିତରେ ପଶି ଠାକୁର ଦର୍ଶନ କରିଛନ୍ତି।  

ମନ୍ଦିର ଭିତରେ ଦଳିତଙ୍କ ପ୍ରବେଶ ନେଇ ହିନ୍ଦୁ ରିଲିଜିୟସ ଆଣ୍ଡ ଚାରିଟେବଲ ଏଣ୍ଡୋମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି କହିଥିଲା। ମନ୍ଦିର ଯେତେବେଳେ ଟ୍ରଷ୍ଟ ଅଧିନରେ ଥିଲା। ସେମାନେ ଦଳିତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଚିଠିରେ ଏହି ନିର୍ଦ୍ଦେଶ ପରେ ଦଳିତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

ଅନୁମତି ମିଳିବା ପରେ ବହୁ ସଂକ୍ୟାରେ ଆଦିବାସୀମାନେ ମନ୍ଦିର ଭିତରେ ପ୍ରବେଶ କରିଥଲେ। ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୩୦୦ ପୁଲିସ ମୁତୟନ କରାଯାଇଥିଲା। ଏହା ପୂର୍ବରୁ ୧୦ ଦିନ ତଳେ ତାମିଲନାଡୁର ଭେଙ୍ଗାଇଭାଲ ଗାଁରେ ଥିବା ଆୟନର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଦଳିତ। ଜିଲ୍ଲାପାଳ କବିତା ରାମୁ ଏବଂ ଅନ୍ୟ ଅଫିସରଙ୍କ ସାହାଯ୍ୟରେ ଏପରି ହୋଇପାରିଥିଲା।   

   Related Posts