ମାଟିରେ ରଗଡ଼ିଲେ ମୁଣ୍ଡ, ଗୋଇଠା ବିଧା ମାଇଲେ! ଭଦୋହୀରେ ୭ ବର୍ଷର ଦଳିତ ଛାତ୍ର ପ୍ରତି ଶିକ୍ଷକଙ୍କ ନିର୍ଦ୍ଦୟତା

Published By : Prameya-News7 Bureau | September 07, 2022 IST

ଭଦୋହୀ ୭।୯: ଉତ୍ତରପ୍ରଦେଶ ବିଦ୍ୟାଳୟମାନଙ୍କରେ ଦଳିତ ଛାତ୍ରଙ୍କ ପ୍ରତି ଶିକ୍ଷକଙ୍କ ନିର୍ମମତା ବେଳକୁ ବେଳ ବଢିବାରେ ଲାଗିଛି। କିଛି ଦିନ ପୂର୍ବେ, ଆଗ୍ରା, ଫତେପୁର ଓ ଶ୍ରାବସ୍ତିରେ ଦଳିତ ଛାତ୍ରଙ୍କୁ ଶିକ୍ଷକ ନିର୍ଦ୍ଦୟ ରୂପେ ପିଟିବାର ଅଭିଯୋଗ ହୋଇଥିଲା, ଏବେ ଭଦୋହୀରେ ସମାନ ଅଭିଯୋଗ ମିଳିଛି। ଏଠାରେ ଶିକ୍ଷକ ଜଣେ ୭ବର୍ଷର ଦଳିତ ଛାତ୍ରଙ୍କୁ ନିର୍ମମ ମାଡ଼ ମାରିଛନ୍ତି। ମାମଲା କୋଇରୈନା ଥାନା ସରକାରୀ ପ୍ରଥମିକ ବିଦ୍ୟାଳୟର ହୋଇଥିବା ବେଳେ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବତ ଛାତ୍ର ଜଣକ ବିଦ୍ୟାଳୟରେ ଦ୍ୱିତୀ ଶ୍ରେଣୀରେ ପଢନ୍ତି ଓ ମଙ୍ଗଳବାର ବିଦ୍ୟାଳୟ ଖେଳ ପଡିଆରେ ଖେଳୁଥିଲା। ଏହା ଦେଖି ଶିକ୍ଷକ ଛାତ୍ର ନିକଟକୁ ଯାଇ ତାକୁ ବିଦ୍ୟାଳୟରୁ ବାହାରେ କାହିଁକି ବୁଲୁଛୁ ବୋଲି ଧମକାଇ ଥିଲେ।  ଏଥିରେ ଶିକ୍ଷକ ଛାତ୍ରପ୍ରତି ମାରପିଟ ଆରମ୍ଭ କରି ଦେଇଥିଲେ। ଶିକ୍ଷକ ଶିଶୁଟିର ମୁଣ୍ଡକୁ ମାଟିରେ ରଗଡିବା ସହ ବିଧାଗୋଇଠା ବର୍ଷା କରିଥିଲେ। ଫଳରେ ଛାତ୍ରର ଡାହାଣ ଆଖି ପତାରେ ଆଘାତ ଲାଗିଥିବା ଦେଖା ଯାଇଛି।

{"id":681264,"sizeSlug":"full","linkDestination":"none"}

ଗଙ୍ଗାପୁର ତାଲିଆସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା କୋଇରୈନା ଥାନା ନିରିକ୍ଷକ ଜୟପ୍ରକାଶ ଯାଦବ କହିଛନ୍ତି। ଛାତ୍ରର କକା ଛୋଟେଲାଲ ମାମଲା ନେଇ ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ସହାୟକ ବେସିକ ଶିକ୍ଷା ଅଧିକାରୀ ଫରାହ ରଇସ୍ ମାମଲାର ତଦନ୍ତ କରୁଥିବା କହିଛନ୍ତି। ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଏ ନେଇ ନୋଟିସ ଜାରି ହୋଇଥିବା ବେଳେ ସ୍ପଷ୍ଚିକରଣ ମଗା ଯାଇଛି। ଶିକ୍ଷକଙ୍କ ସ୍ପଷ୍ଟିକରଣ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଶିକ୍ଷକଙ୍କ ମାଡରେ ଜଣେ ପଞ୍ଚମଶ୍ରେଣୀ ଛାତ୍ରଙ୍କ ହାତ ଭାଙ୍ଗିଥିଲା। ଛାତ୍ରର ହାତ ଭାଙ୍ଗିଥିବା ଦେଖି ଅଭିଭାବକ ଶିକ୍ଷକଙ୍କୁ ପଚାରିବାକୁ ଯିବାରେ ସେ ଅଭଦ୍ର ଆଚରଣ କରିଥିଲେ। ଦଳିତ ଛାତ୍ରଙ୍କ ପ୍ରତି ଉତ୍ତର ପ୍ରଦେଶରେ ଶିକ୍ଷକଙ୍କ ନିର୍ଯାତନା ବେଳକୁ ବଳ ବଢ଼ି ବଢ଼ି ଚାଲିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.