ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ : ପୋଲିସ୍ ଚାପି ଦେଉଥିଲା ବୋଲି ଅଭିଯୋଗ କଲେ ପରିବାର ଲୋକେ

Published By : Prameya-News7 Bureau | October 16, 2020 IST

ବାରାବଙ୍କି ୧୬/୧୦: ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବାର ଘଟଣା ସାମନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଯାହା ପରେ ରୁଜୁ ହୋଇଥିବା ମାମଲାରେ ଆଇପିସିର ଧାରା ୩୭୬କୁ ବଢ଼ାଇ ଦିଆଯାଇଛି। ଏହି ମାମଲାରେ ପୋଲିସ୍ କିଛି ସନ୍ଦିଗ୍ଧଙ୍କୁ ପଚରାଉଚୁରା ପାଇଁ ଉଠାଇଛି। କୁହାଯାଉଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ପୋଲିସ୍ ନାବାଳିକାଙ୍କ ଅନ୍ତିମ ସଂସ୍କାର କରି ଦେଇଥିଲା।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ସନ୍ଧ୍ୟାରେ କ୍ଷେତକୁ ଧାନ କାଟିବାକୁ ଯାଇଥିବା ଜଣେ ଦଳିତ କିଶୋରୀଙ୍କୁ ଦୁର୍ବୃତ୍ତମାନେ ତାଙ୍କ ତଣ୍ଟିରୁ ହାତ ବାନ୍ଧି ତାଙ୍କ ସହ ଗଣଦୁଷ୍କର୍ମ କରି ନୃଶଂସଭାବେ ହତ୍ୟା କରି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ରହିଛି ଯେ ପୋଲିସ୍ ପ୍ରଥମେ ମାମଲାକୁ ଚାପି ଦେବାରେ ଲାଗିଥିଲା। କିନ୍ତୁ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଆଉ ଏକ ଘଟଣା ସାମନାକୁ ଆସିଛି ଯେ ବାପା ମାଆ ପୀଡ଼ିତାଙ୍କୁ ନାବାଳିକା କହୁଥିବାବେଳେ ପୋଲିସ୍ ତାଙ୍କୁ ଯୁବତୀ କହୁଛି।

ଘଟଣା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୋଷ୍ଟମର୍ଟମ ପରେ ପୋଲିସ୍ ଅଫିସରଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଶବର ଅନ୍ତିମ ସଂସ୍କାର କରି ଦିଆଯାଇଛି। ଏହା ସହିତ ଗାଁରେ ବହୁ ସଂଖ୍ୟାରେ ପୋଲିସକର୍ମୀ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.