ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଧୋକା ଦେଲା ୧୦୮ଆମ୍ବୁଲାନ୍ସ, ଡାଲା ଅଟୋରେ ବୁହାହେଲେ ଦୁର୍ଘଟଣାରେ ଗୁରୁତର ଯୁବକ

8/10/2022 at 1:24 PM

ନିମାପଡା ୦୮/୧୦: ଶୁଣିଲାନି ୧୦୮ ଆମ୍ବୁଲାନ୍ସ । ପରିବା ବୁହା ଡାଲା ଅଟୋ ହେଲା ସାହା ଭରସା । ଗୁରୁତର ଅବସ୍ଥାରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିବା ଯୁବକଙ୍କୁ ନେବା ପାଇଁ ଆସିଲାନି ୧୦୮ ଆମ୍ବୁଲାନ୍ସ । ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ କାଳ ରାସ୍ତା ମଝିରେ ଛଟ ପଟ ହୋଇ ପଡିରହିଥିବା ଯୁବକଙ୍କୁ ଶେଷରେ ଡାଲା ଅଟୋରେ ବୁହାଇ ନିଆଗଲା ମେକିଡାଲକୁ ।

ପୁରୀ ଜିଲ୍ଲା କଣାସ ବ୍ଲକ ଜଙ୍କିଆ ଗଡ଼ସାହି ଛକ ନିକଟସ୍ଥ ଦୟା ନଦୀ ବନ୍ଧରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଙ୍କିଆ ଛକର କିଛି ଦୂରରେ ଦୁଇ ଯୁବକ ବାଇକରେ ଯିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁଇ ଯୁବକ କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ମୈତ୍ରୀ ତ୍ରିଲୋଚନପୁର ଗ୍ରାମର ବୋଲି ସୂଚନା ମିଳିଛି । ଘର କାମରେ ଦୁଇ ଯୁବକ ଅନ୍ୟତ୍ର ଯାଇଥିଲେ । କାମସାରି ରାତିରେ ଘରକୁ ଫେରୁଥିବା ବେଳେ ଜଙ୍କିଆ ଗଡ଼ସାହି ଛକଠାରୁ କଣାସ ଯିବା ରାସ୍ଥାରେ ଅଚାନକ ଏକ ପଥରରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡିରହିଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ସଂଗେ ସଂଗେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ କହିଥିଲେ ଅଧିକାରୀ । ଦୀର୍ଘ ୧ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଦୁଇ ଯୁବକ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ସଂହ ସଂଗ୍ରାମ କରିଥିଲେ । ଆମ୍ବୁଲାନ୍ସ ନମିଳିବାରୁ ଦୁଇ ଯୁବକଙ୍କୁ ଏକ ମାଲ ବୁହା ତିନିଚକିଆ ଡାଲା ଅଟୋରେ ପକାଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସ୍ଥାନିୟ ଲୋକେ ନେଇଥିବାର ସୂଚନା ମିଳିଛି । ଵର୍ତ୍ତମାନ ଦୁଇ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରତର ଥିବା ଜଣାପଡିଛି ।

   Related Posts