କାଚ ଭଳି ସ୍ୱଚ୍ଛ ଦେଖାଯିବ ଡାଲ ହ୍ରଦ, ଗାନ୍ଧି ଜୟନ୍ତୀରେ ଆରମ୍ଭ ହେଲା ୧୫ ଦିନିଆ ସ୍ୱଚ୍ଛତା ମହାଭିଯାନ

Published By : Prameya-News7 Bureau | October 02, 2021 IST

ଶ୍ରୀନଗର ୨।୧୦: ସ୍ୱଚ୍ଛ ଭାରତ ଅଭିଯାନର ସ୍ୱଚ୍ଛତା ପକ୍ଷରେ ଶନିବାର ଡାଲ ହ୍ରଦ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗାନ୍ଧି ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ମହାଭିଯାନରେ ହ୍ରଦର ଜଳକୁ କାଚ ଭଳି ସ୍ୱଚ୍ଛ କରାଯିବା ସହ ଏହାର ପୁରୁଣା ଗୌରବ ଫେରାଇ ଆଣିବା ଲାଗି ଉପରାଜ୍ୟପାଳ ମନୋଜ ସିହ୍ନା ଆହ୍ୱାନ ଦେଇଛନ୍ତି। ଏଥିରେ ଉପରାଜ୍ୟପାଳ ପ୍ରଶାସନକୁ ସହଯୋଗ କରିବା ଲାଗି ଜନତାଙ୍କୁ ନିବେଦନ କରିଛନ୍ତି। ହ୍ରଦରେ ଏହି ସ୍ୱଚ୍ଛତା ମହାଭିଯାନ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଚାଲିବ।   

{"id":521280,"sizeSlug":"full","linkDestination":"none"}

ଡାଲ ହ୍ରଦକୁ ପୂର୍ବ ଭଳି ସ୍ୱଚ୍ଛ କରିବା ନିମନ୍ତେ ଆକାଙକ୍ଷିତ ସ୍ୱଚ୍ଛତା ଏପର୍ଯ୍ୟନ୍ତ ଆମେ ହାସଲ କରିପାରିନଥିବା ଉପରାଜ୍ୟପାଳ କହିଛନ୍ତି। ହ୍ରଦରୁ ବାଳୁଙ୍ଗା ଘାଷ ବାହାର କରିବା ଲାଗି କିଛି ମେସିନ ଓ କଳ କବଜାର ସହାୟତା ନିଆଯାଇଛି। ଏଥିରୁ କିଛି ସରକାର ଲଗାଇଥିବା ବେଳେ ଗତ କିଛି ଦିନ ହେଲା ହ୍ରଦରୁ ଅରମା ବଣ ସଫା ହେଉଛି ବୋଲି ଉପରାଜ୍ୟପାଳ କହିଛନ୍ତି। ଜାତୀର ଜନକ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଉପରାଜ୍ୟପାଳ ଆମେ ସମସ୍ତେ ସ୍ୱଚ୍ଛତାର ସଂକଳ୍ପ ନେଇଥିବା ଓ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଉପତ୍ୟାକାରେ ସ୍ୱଚ୍ଛତା ମହାଭିଯାନ ଚଳାଯିବ ବୋଲି ଘୋଷଣା କରିଛନ୍ତି।

{"id":521281,"width":839,"height":629,"sizeSlug":"full","linkDestination":"none"}

ପ୍ରଶାସନ ଶ୍ରୀନଗର ସମେତ ସମଗ୍ର କେନ୍ଦ୍ର ଶାସିତ ପ୍ରଦେଶରେ ୧୫ ଦିନିଆ ସ୍ୱଚ୍ଛତା ଅଭିଯାନ ହାତକୁ ନେଇଛନ୍ତି। ସୌନ୍ଧର୍ଯ୍ୟକରଣ ଲାଗି ଏଥିରେ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ତେବେ ସରକାର ହାତକୁ ନେଇଥିବା ମହାଭିଯାନ ଯଥେଷ୍ଟ ନୁହେଁ ବୋଲି ସଂରକ୍ଷଣବାଦୀ ତଥା ପର୍ଯ୍ୟଟନ କାର୍ଯ୍ୟକର୍ତ୍ତା ମଂଜୁର ବାଙ୍ଗନୁ କହିଛନ୍ତି। ହ୍ରଦ ସଫା କରିବାକୁ ଦଳ ଦଳ ଲୋକେ ପଶି ଏଣେତେଣେ ସଫା କରୁଛନ୍ତି । ଏଥିରୁ ହ୍ରଦ ସଫା ହୋଇପାରିବନି ବୋଲି ସେ କହିଛନ୍ତି। ହ୍ରଦକୁ ଆଭ୍ୟନ୍ତରରୁ ସଫା କରାଯାଇପାରିଲେ ହିଁ ଏହାର ପୁନରୁଦ୍ଧାର ହୋଇପାରିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.