ନିଜ ଘରୁ ମିଳିଲା ପର୍ଣ୍ଣ ଷ୍ଟାର୍‌ଙ୍କ ମୃତଦେହ, ଟପଲେସ୍ ପୋଜ୍ ଦେଇ ସୋସିଆଲ୍ ମିଡିଆରେ ରହିଥିଲେ ଚର୍ଚ୍ଚାରେ

Published By : Prameya-News7 Bureau | June 12, 2021 IST

ଲସ୍ ଆଞ୍ଜେଲସ୍ ୧୨।୬: ପର୍ଣ୍ଣ ଷ୍ଟାର ଡାକୋଟା ସ୍କାଏଙ୍କର ମୃତଦେହ ତାଙ୍କ ଲସ୍ ଆଞ୍ଜେଲସ୍ ସ୍ଥିତ ଘରୁ ମିଳିଛି । ତାଙ୍କ ବୟସ ମାତ୍ର ୨୭ ବର୍ଷ ଥିଲା । କିଛି ଦିନ ପୂର୍ବେ ସେ ଜର୍ଜ ଫ୍ଲଏଡଙ୍କ ଫଟୋ ନିକଟରେ ଟପଲେସ୍ ପୋଜ୍ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏବେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଖୋଜିବାରେ ଲାଗିଛି ପୋଲିସ । ଡାକୋଟାଙ୍କ ମୃତ୍ୟୁରେ ତାଙ୍କ ସାଙ୍ଗମାନେ ଶୋକ ପ୍ରକାଶ କରିଛନ୍ତି ।

{"id":465161,"sizeSlug":"large","linkDestination":"none"}

ଡାକୋଟା ସ୍କାଏଙ୍କ ପ୍ରକୃତ ନାଁ ଥିଲା ଲରେନ୍ କେୟ ସ୍କଟ୍ । ଡାକୋଟାଙ୍କ ସ୍ବାମୀ ପ୍ରଥମେ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ । ଡାକୋଟା ସ୍କାଏଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଶୁଣିବାକୁ ମିଳୁଛି ଯେ, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତାରେ ଥିଲେ ।

{"id":465162,"sizeSlug":"large","linkDestination":"none"}

ସେ ଅନଲାଇନ୍ ଟ୍ରୋଲ୍ସଙ୍କ ଟାର୍ଗେଟରେ ଆସିଥିବାରୁ ସେ ନିରାଶ ହୋଇଥିଲେ । ନିକଟରେ ଡାକୋଟାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜର୍ଜ ଫ୍ଲଏଡଙ୍କ ଫଟୋ ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଜର୍ଜ ଫ୍ଲଏଡଙ୍କୁ ପୋଲିସ ମାରିଦେଇଥିଲା । ଏହି ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.