AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଓଡିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ, ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ

18/01/2023 at 8:06 AM

ଜଳେଶ୍ୱର ୧୮।୦୧ : ଓଡିଶାରେ ପହଞ୍ଚିଲା ବିଜୁବାବୁଙ୍କ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରଲରରେ ଲଦା ହୋଇ ଆସିଛି ଡାକୋଟା । ବିମାନରର ବିଭିନ୍ନ ଅଂଶକୁ ଖୋଲା ଯାଇ ଓଡିଶା ଅଣାଯାଇଛି । ବୁଧବାର ଏହା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ।

ତେବେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯିବ। ବହୁଚର୍ଚ୍ଚିତ ଡାକୋଟା ଏୟାର କ୍ରାଫ୍ଟ । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସୁଛି । ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ । ଏଣୁ ଡାକୋଟା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଥିଲା ।

ଡାକୋଟା ବିଭିନ୍ନ ଅଂଶକୁ ଦୁଇଟି ଲରିରେ ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର ମାନେ । ଏଆରର୍ଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ଏହି ଡାକୋଟା ବିମାନରେ ୧୯୪୭ମସିହାରେ ଇଣ୍ଡୋ ନେସିଆର ପ୍ରଧାନ ମନ୍ତ୍ରୀ ସୁତାନ ସଜହରୀଙ୍କୁ ଉଦ୍ଧାର କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।

   Related Posts