ପୂରଣ ହେଲା ଦୀର୍ଘ ଦିନର ଦାବି, ଓଡିଶା ଫେରିଲା ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା

Published By : Prameya-News7 Bureau | January 18, 2023 IST

ଭଦ୍ରକ ୧୮।୦୧ : ପୂରଣ ହେଲା ଦୀର୍ଘ ଦିନର ଦାବୀ । ଓଡ଼ିଶାକୁ ଫେରିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ । କୋଲକାତାରୁ ଏହି ବିମାନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୁଧବାର ଏହି ବିମାନ ଓଡିଶା ସୀମା ନିକଟରେ ପହଞ୍ଚିବା ପରେ ଏସ୍କର୍ଟ ଗାଡ଼ି ସହ ବିମାନର ବିଭିନ୍ନ ଅଂଶକୁ ୩ ଗୋଟି ଟ୍ରଲର ଯୋଗେ ଅଣାଯାଇଛି ।

ତେବେ ଡାକୋଟା ଭଦ୍ରକର ମଇତାପୁର ନିକଟରେ ପହଞ୍ଚିବା ପରେ ଭଦ୍ରକ ପୋଲିସର ଏସ୍କଟ ଗାଡ଼ି , ଆଞ୍ଚଳିକ ପରିବହନ ବିଭାଗ ସହ କଡା ସୁରକ୍ଷା ବଳୟ ମଧ୍ୟରେ ଏହି ବିମାନକୁ ନିଆଯାଇଛି । ଏହି ବିମାନକୁ ଦେଖିବା ପାଇଁ ଜାତୀୟ ରାଜପଥରେ ଲୋକଙ୍କ ଗହଳି ଲାଗି ରହିଥିଲା । ବିଜୁବାବୁଙ୍କ ଦେହାନ୍ତ ପରେ ୧୯୯୭ମସିହାରେ ଓଡିଶା ଆଣି ସଂରକ୍ଷିତ କରି ରଖିବା ପାଇଁ ଦାବୀ ହୋଇଥିଲା । ୩୦ବର୍ଷ ପରେ ଏହି ବିମାନକୁ ସରକାର ଓଡିଶାକୁ ଆଣିଛନ୍ତି ।  

ବିଜୁ ବାବୁଙ୍କ  ଡାକୋଟା ବିମାନର ଲମ୍ବ ହେଉଛି ୬୪ ଫୁଟ ୮ ଇଞ୍ଚ ଏବଂ ଚଉଡ଼ା ୯୬ ଫୁଟ ।  ଏହି ବିମାନକୁ ଭୁନେଶ୍ବର ବିମାନ ବନ୍ଦରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ବିମାନକୁ ନିଆଯିବା ବେଳେ ରାଜପଥ ଠାରୁ ବିଭିନ୍ନ ଛକ ମାନଙ୍କରେ ଲୋକେ ଏକାଠି ହୋଇ ଉତ୍କଣ୍ଠିତ ଭାବେ ଦେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.