krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦକ୍ଷିଣେଶ୍ୱର କାଳି ମନ୍ଦିରରେ ଆଜି ଶାଢୀ ଚଢାଇଲେ ୧୦ ବର୍ଷ ପରେ ପିନ୍ଧିବେ ମା’

9/11/2023 at 8:15 PM

କୋଲକାତା ୯।୧୧: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଦୁଇଟି କାଳି ମନ୍ଦର ମଧ୍ୟରୁ ଗୋଟିଏ କାଳିଘାଟ କାଳି ମନ୍ଦିର ହୋଇଥିବା ବେଳେ ଅନ୍ୟଟି ଦକ୍ଷିଣେଶ୍ୱର କାଳି ମନ୍ଦିର। କାଳିଘାଟ ମନ୍ଦିର ଦେଶର ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ, ଯେଉଁଠାରେ ମାତା ଶତୀଙ୍କ କାଣୀ ଆଙ୍ଗୁଠି ପଡିଥିଲା। ତେବେ ଶକ୍ତିପୀଠ ନ ହୋଇ ମଧ୍ୟ ଦକ୍ଷିଣେଶ୍ୱର କାଳି ମନ୍ଦିରର ଗୁରୁତ୍ୱ କୌଣସି ଶକ୍ତିପୀଠ ଠାରୁ କମ୍ ନୁହେଁ। ଗଙ୍ଗାନଦୀ କୂଳରେ ଅବସ୍ଥିତ କାଳିଘାଟ ମନ୍ଦିରର ଠିକ ଅପର ପାର୍ଶ୍ୱରେ ରହିଛି ବେଲୁଡ ମଠ।

ଏହି ବେଲୁଡ ମଠ ରାମକୃଷ୍ଣ ମିସନର ମୁଖ୍ୟାଳୟ ମଧ୍ୟ। ଦକ୍ଷିଣେଶ୍ୱର କାଳିମନ୍ଦିର ସମ୍ପର୍କିତ ଲୋକ କଥା ଏବେବି ବେଶ୍ ଲୋକପ୍ରୀୟ। ତେବେ ଆପଣ ଜାଣନ୍ତି କି ଯଦି ଆପଣ ଦକ୍ଷିଣେଶ୍ୱରରେ ମା କାଳିଙ୍କୁ ଆଜି ଦିନରେ ଭକ୍ତିରେ ଶାଢୀ ଚଢାନ୍ତି ତେବେ ମାଙ୍କୁ ତାହା ପିନ୍ଧା ଯିବା ବେଳକୁ ୧୦ ବର୍ଷ ବିତିଯାଇଥିବ? ଏହି ଦକ୍ଷିଣେଶ୍ୱର କାଳି ମନ୍ଦିରକୁ କୋଲକାତାର ଏକ ଜମିଦାର ପରିବାରର ବୋହୂ ରାଣୀ ରାସମଣୀ ସ୍ଥାପନା କରିଥିଲେ। ସେତେବେଳେ ମନ୍ଦିରର ମୁଖ୍ୟ ପୂଜାରୀ ଭାବେ ରାମକୃଷ୍ଣ ପରମହଂସଙ୍କୁ ନିଯୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ରାମକୃଷ୍ଣ ପରମହଂସ ସେହି ମହାନ ସାଧକ କୁହାଯାଏ ଯାହାଙ୍କୁ ମା କାଳି ସବୁଦିନ ଦର୍ଶନ ଦେଉଥିଲେ। କାଳି ପୂଜା ରାତିରେ ଏହି ମନ୍ଦିରରେ ରାତି ତମାମ ପୂଜାର୍ଚ୍ଚନା ହୋଇଥାଏ। ଭକ୍ତ ଧାଡି ବାନ୍ଧି ମାଙ୍କ ଦର୍ଶନ ଓ ପୂଜା କରନ୍ତି। ମନ୍ଦିରର କବାଟ ସାରା ରାତି ଖୋଲା ରହିଥାଏ। ଏହି ଅବସରରେ ମା କାଳିଙ୍କ ସ୍ୱତନ୍ତ୍ର ପୂଜାନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ ଓ ଭକ୍ତ ସାରା ରାତି ଅନିଦ୍ରା ରହି ମାଙ୍କ ଦର୍ଶନ ଓ ପୂଜା କରିଥାନ୍ତି।

ଭକ୍ତ ମା କାଳିଙ୍କୁ କେବଳ ଫୁଲ କି ମିଠେଇ ନୁହେଁ ସ୍ୱର୍ଣ୍ଣାଳଙ୍କାର ମଧ୍ୟ ଚଢେଇଥାନ୍ତି। କୁହାଯାଏ ଦକ୍ଷିଣେଶ୍ୱରର ମା କାଳିଙ୍କୁ ବନାରସ ଶାଢୀ ପିନ୍ଧିବାକୁ ଭଲ ଲାଗେ । ଏଣୁ ଦେଶ ଓ ବିଦେଶରୁ ଆସୁଥିବା ଭକ୍ତ ମା କାଳିଙ୍କୁ ଖାସ କରି ତିଆରି ହୋଇଥିବା ବନାରସୀ ଶାଢୀ ଚଢାଇଥାନ୍ତି। ତେବେ ଦକ୍ଷିଣେଶ୍ୱର କାଳି ମନ୍ଦିରର ସବୁଠୁ ଖାସ କଥା ହେଉଛି ଭକ୍ତ ଚଢଉଥିବା ଶାଢୀ ତାଙ୍କ ପାଦରେ ଅର୍ପିତ କରାଯାଇ ନଥାଏ ଏହାକୁ ମାଙ୍କୁ ପିନ୍ଧା ମଧ୍ୟ ଯାଇଥାଏ। ଏଣୁ ଦକ୍ଷିଣେଶ୍ୱର କାଳି ମନ୍ଦିରରେ ଯଦି କୌଣସି ଭକ୍ତ ଆଜି ଶାଢୀ ଚଢାନ୍ତି ତାହା ମାଙ୍କୁ ୧୦ ବର୍ଷ ପରେ ପିନ୍ଧାଯିବ।

ଅବିଶ୍ୱାସ ମନେ ହେଉଥିଲେ ମଧ୍ୟ ଏହା ସତ୍ୟ। ଏଠାରେ ଲୋକେ ପ୍ରତି ଦିନ ମାଙ୍କୁ ହଜାର ହଜାର ସଂଖ୍ୟାରେ ଶାଢୀ ଚଢେଇଥାନ୍ତି। ଏଣୁ ସବୁ ସାଢୀକୁ ମା କାଳିଙ୍କୁ ପିନ୍ଧାଇବା ପାଇଁ କ୍ରମିକ ଅନୁସାରେ ଦିନ ନିର୍ଦ୍ଧାରିତ କରାଯାଇଥାଏ। ଏହି ହିସାବରେ ଯଦି କୌଣସି ଭକ୍ତ ଆଜି ମା କାଳିଙ୍କୁ ଶାଢୀ ଚଢାନ୍ତି ତାକୁ ମା ପିନ୍ଧିବା ବେଳକୁ ୧୦ ବର୍ଷ ହୋଇଯାଇଥାଏ।   

   Related Posts