ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7/02/2023 at 5:26 PM

ରାଉରକେଲା ୦୭/୦୨: ରାଉରକେଲା ବ୍ରାହ୍ମଣି ତରଙ୍ଗ ପୋଲିସକୁ ସଫଳତା । ସାତ ଜଣ ଡ଼କାୟତଙ୍କ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୪୦୦ କିଲୋ ତମ୍ଭା ତାର, ଗୋଟିଏ ଗାଡି, ଗୋଟିଏ ମୋଟର ସାଇକେଲ, ଗୋଟିଏ GAS କଟର ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର, ଜବତ କରିଛି ପୋଲିସ ।
ଗତ ପାଞ୍ଚ ତାରିଖ ବିଳମ୍ବିତ୍ ରାତିରେ ରାଉରକେଲା ବେଲଡିହିରେ ଥିବା ରାଜଶ୍ରୀ Alloys & still କମ୍ପାନୀରେ ପଶି ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି, ମୋବାଇଲ ଛଡ଼ାଇ ବାନ୍ଧି କଂପାନୀରୁ ନେଇଯାଇଥିଲେ । ପରେ କଂପାନୀ ମାଲିକ ନିରଜ ଅଗ୍ରୱାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ପୋଲିସ ଥାନା ତନାଘନା କରି ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023