ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ କାବୁ, ଧରାପଡିଲେ ୫ ପେଷାଦାରୀ

Published By : Prameya-News7 Bureau | January 10, 2023 IST

ଢେଙ୍କାନାଳ ୧୦/୦୧: ବଡ଼ ଆନ୍ତଃଜିଲ୍ଲା ଡକାୟତି ଓ ପେଷାଦାରୀ ଅପରାଧୀ ଗ୍ୟାଙ୍ଗକୁ ଠାବ କରିଛି ଢେଙ୍କାନାଳ ସଦର ଥାନା ପୋଲିସ । ଏହି ଗ୍ୟାଙ୍ଗର ୫ ଜଣ ପେଷାଦାର ଡକାୟତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ମାରଣାସ୍ତ୍ର, ବ୍ରାଉନ ସୁଗାର, ପିସ୍ତଲ ଓ ଗୁଳିଗୋଳା ଓ କାର ବୁଲେଟ ଆଦି ଜବତ କରିବାରେ ସଦର ପୋଲିସ ସକ୍ଷମ ହୋଇଛି ।

ସେଥିରୁ ୫ଟି ପିସ୍ତଲ, ୩୮ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମାଗଜିନ, ଖଣ୍ଡା ଓ ଭୁଜାଲି ଆଦି ମାରଣାସ୍ତ୍ର ରହିଛି । ଏହା ସହ ପୋଲିସ ସେମାନଙ୍କ ଠାରୁ ୨୪ଗ୍ରାମ ୮୫୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଡକାୟତି ଓ ଲୁଟ କରିଥିବା ସୁନା ମୁଦି ଓ ଚେନ,୨୫ ହଜାର ୭୨୦ ଟଙ୍କା ଆଦି ଉଦ୍ଧାର କରିଛି । ଏହି ଡକାୟତି ଗ୍ୟାଙ୍ଗ ଡକାୟତି, ରାହାଜାନି, ହତ୍ୟା ଓ ବଳାତ୍କାର ଆଦି ବିଭିନ୍ନ ପେଷାଦାର ଅପରାଧରେ ସମ୍ପୃକ୍ତ ଥିବାବେଳେ ବ୍ୟବହୃତ ଏକ କାର ଓ ବୁଲେଟକୁ ମଧ୍ୟ ପୋଲିସ ଜବତ କରିଛି ।

ଗିରଫଙ୍କ ମଧ୍ୟରେ ଗଂଜାମ ଜିଲ୍ଲା ବ୍ରହ୍ମପୁରର ଶଙ୍କର ସାହୁ, ଧରାକୋଟର ହିମାଂଶୁ ସ୍ୱାଇଁ ଓ ଖଲ୍ଲିକୋଟ ର ଅମିତ ସ୍ୱାଇଁ ଥିବାବେଳେ କଟକ ବାଙ୍କିର ରଞ୍ଜିତ ରାଉତ ଓ ଢେଙ୍କାନାଳ ସଦର ଥାନା ସିମିନଇର ପାପୁନ ନାଏକ ବୋଲି ଜଣାପଡିଛି । ଅପରପକ୍ଷରେ ଏହି ଚୋରି ସାମଗ୍ରୀ ରଖିଥିବା ଫାହଟଣାରେ ପୋଲିସ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପେଷାଦାର ଅପରାଧୀ ଓ ଏମାନଙ୍କ ନାମରେ ରାଜ୍ୟର ଗଂଜାମ ସମେତ ବିଭିନ୍ନ ଜିଲ୍ଲାର ଥାନା ମାନଙ୍କରେ ଚୋରି, ରାହାଜାନି, ଡକାୟତି, ହତ୍ୟା, ଲୁଟ ଓ ବଳାତ୍କାର ଆଦି ବହୁ ସଙ୍ଗିନ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.