ଧରାପଡିଲେ ୩ ଡକାୟତ, ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କରିଥିଲେ ଲୁଟ୍

Published By : Prameya-News7 Bureau | December 03, 2022 IST

ଭଦ୍ରକ ୦୩/୧୨: ୧୬ ନମ୍ବର ଜାତୀୟ ରାଜପଥରେ ପରିବା ଗାଡି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଥିଲେ । ଏବେ ପୋଲିସ ହାବୁଡ଼ରେ ପଡିଲେ ।

ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଅଞ୍ଚଳରେ ଏମିତି ଲୁଟ ହୋଇଥିଲା । ବିଳମ୍ବିତ ରାତିରେ ଏକ ଡକାୟତ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ଘଟଣାର ତଦନ୍ତ ଚାଲିଥିବା ବେଳେ ଧାମନଗର ନିକଟରେ ଲୁଟ ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଡକାୟତଙ୍କୁ ପୁଲିସ ଗିରଫ କରିଛି ।

ସେମାନେ ଧାମନଗର ଥାନା ଅଧିନ ମୁନସୀପାଟଣା ଅଞ୍ଚଳର ସେକ ସର୍ପଉଦ୍ଦିନ, ସେକ ନିଆମତୁଲା ଓ ହବିବନଗରର ସେକ ସଲିମ ଉଦ୍ଦିନ ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ନମ୍ବର ବିହୀନ ପଲସର ବାଇକ ସହିତ ଏକ ବନ୍ଧୁକ, ଚାରି ହଜାର ଟଙ୍କା ଓ ୩ ଗୋଟି ମୋବାଇଲ ଫୋନ ଜବତ ହୋଇଛି । ଏନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ଲୁଟେରା ଗ୍ୟାଙ୍ଗର ଗିରଫ ତିନି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.