କଲ୍ୟାଣପୁରରେ ଡକାୟତି ଯୋଜନା ପଣ୍ଡ, ୪ ଚୋରଙ୍କୁ ବାନ୍ଧି ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଗ୍ରାମବାସୀ
25/05/2022 at 3:04 PM

ମାହାଙ୍ଗା ୨୫/୦୫: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ କଲ୍ୟାଣପୁର ଗ୍ରାମରେ ଡକାୟତି ଯୋଜନା ପଣ୍ଡ । ଡକାୟତିମାନେ ଯୋଜନା କରୁଥିବା ବେଳେ ଗ୍ରାମବାସୀ ମାନେ ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ମାହାଙ୍ଗା ପୋଲିସକୁ ହସ୍ତାନ୍ତର କରିଥିଲେ ।
ବିଳମ୍ବିତ ରାତିରେ ୪ ଜଣ ଡକାୟତ ଫକିର ଚରଣ ମହାନ୍ତିଙ୍କ ଘରେ ଗ୍ରିଲ ତାଡି ଡକାୟତି କରୁଥିବା ସମୟରେ ଗ୍ରାମବାସୀ ମାନେ ଖବର ପାଇ ଘରକୁ ଘେରାଉ କରିବା ସହ ଜଣେ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ । ଧରିଥିବା ଚୋର ଜଣକ ଛାତ ଉପରୁ ଡେଇଁ ଖସିବାକୁ ଉଦ୍ୟମ କରୁଥିବା ବେଳେ ଜୟପୁର ଫାଣ୍ଡିର ଜିମା ଦେଇଥିଲେ ।
ଅନ୍ୟ ୩ ଜଣ ଚୋର ଚତୁରତାର ସହ ଘଟଣାସ୍ଥଳରୁ ଖସି ଯାଇଥିଲେ । ଧରା ପଡ଼ିଥିବା ଚୋର ଜଣକ ସାଲେପୁର ଥାନା ରାଇସୁଙ୍ଗୁଡ଼ାର ମଢ଼ଙ୍ଗା ଗ୍ରାମର ଲିପୁନ୍ ସିଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଖସି ଯାଇଥିବା ଅନ୍ୟ ୩ ଜଣ ଡକାୟତକୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।