ରାଜନଗର ପୋଲିସକୁ ସଫଳତା: ଧରାପଡିଲେ ୫ ଜଣିଆ ଡକାୟତ ଗ୍ୟାଙ୍ଗ

Published By : Prameya-News7 Bureau | October 26, 2022 IST

ପଟ୍ଟାମୁଣ୍ଡାଇ ୨୬/୧୦: ରାଜନଗର ପୋଲିସକୁ ସପଳତା । ଧରାପଡିଲେ ଡକାୟତି ଗ୍ୟାଙ୍ଗ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର୍ ଅଛନ୍ତି ।

ସୂଚନା ଥାଉକି, ଗତ କିଛିଦିନ ହେବ ଲଗାତାର ଚୋରି ଡକାୟତି କରି ପୋଲିସର ନିଦ ହଜାଇଦେଇଥିଲେ ଏମାନେ । ପୋଲିସ ମୋବାଇଲ ଟ୍ରାକିଂଙ୍ଗ କରି ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ ୬ ଟି ଡକାୟତି ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

ଏମାନଙ୍କ ନିକଟରୁ ୪ ଟି ଏଲଇଡି ଟିଭି, ଦୁଇଟି ଇନଭୋଟର ସହିତ ବ୍ୟାଟେରୀ, ଗ୍ୟାସ ଷ୍ଟୋଭ, ୭ଟି ଗ୍ୟାସ ଟାଙ୍କି, ଦୁଇଟି ପାଣି ମୋଟର ସହିତ ଦୁଇଟି ଡାଲା ଅଟୋ, ଗୋଟିଏ ମୋଟର ସାଇକେଲ ଓ ୨୦ ହଜାର ଟଙ୍କା ଜବତ କରିଛି । ଏମାନେ ଘରୁ ଓ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରି କରି ରାଜନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ । ରାଜନଗର ପୋଲିସ ଏହି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.