ଖଣ୍ଡଗିରି ପୋଲିସକୁ ସଫଳତା, ପାଞ୍ଚ ପେଷାଦାର ଅପରାଧୀ ଗିରଫ
28/01/2023 at 2:53 PM

ଭୁବନେଶ୍ୱର ୨୮/୦୧: ଖଣ୍ଡଗିରି ପୋଲିସକୁ ସଫଳତା। ମେଳା ପୂର୍ବରୁ ପଣ୍ଡ ହୋଇଛି ଡକାୟତି ଯୋଜନା । ୫ ପେସାଦାର ଅପରାଧୀ ଗିରଫ ହେବା ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୋଲିସ।
ଖଣ୍ଡଗିରି ପୋଲିସ ରାତିରେ ପେଟ୍ରୋଲିଂ କରିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ସେମାନଙ୍କ ନିକଟରୁ ଖଣ୍ଡା ମୋବାଇଲ ସହ ଦୁଇ ବାଇକ ଜବତ ହୋଇଛି । ଲଙ୍କା ଗୁଣ୍ଡ ସହ ୭ ଚୋରୀ ମୋବାଇଲ ବି ଉଦ୍ଧାର ହୋଇଛି ।
ଅଭିଯୁକ୍ତଙ୍କ ନାମ ଦେବଜ୍ୟୋତି ନାୟକ, ଅମିତ କୁମାର ନାୟକ, ରଞ୍ଜନ କୁମାର ନାୟକ, ରାଜା ନାୟକ, ସେକ ସତର ଅମିତ ନାରେ ରହିଛି ବିଭିନ୍ନ ଥାନାରେ ୧୦ ମାମଲା ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023