AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ପ୍ରତିଦିନ ଚାଲିବା ହୋଇଥାଏ ଲାଭଦାୟକ, କମିଥାଏ ହାର୍ଟ ଆଟାକ୍ ଆଶଙ୍କା

6/01/2023 at 8:06 AM

ନୂଆଦିଲ୍ଳୀ, ୦୬/୦୧: ବର୍ତ୍ତମାନ ସମୟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ବଢ଼ିବାରେ ଲାଗିଛି। କରୋନା ଭାଇରସ, ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ କାରଣରୁ ହୃଦୟ ରୋଗ ବଢ଼ିଛି। ହାର୍ଟ ସମସ୍ୟା କମାଇବା ପାଇଁ ନିୟମିତ ବ୍ୟୟାମ କରିବାକୁ କହିଥାନ୍ତି ଡାକ୍ତର। ତେ​‌ବେ ଜଣାପଡ଼ିଛି ପ୍ରତିଦିନ ୬,୦୦୦ ରୁ ୯,୦୦୦ ପାଦ ଚାଲିବା ଦ୍ବାରା ହାର୍ଟ ଆଟାକ୍ ଭଳି ଆଶଙ୍କା କମ୍ ହୋଇପାରେ। ଜର୍ଣ୍ଣାଲ ସର୍କୁଲେସନରେ ପ୍ରକାଶିତ ଏକ ଷ୍ଟଡିରେ ଏନେଇ ଖୁଲାସା ହୋଇଛି।

ଏହି ଷ୍ଟଡି ଆମେରିକା ଏବଂ ୪୨ ଅନ୍ୟ ଦେଶରେ ୨୦,୦୦୦ ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିଲା। ସାମିଲ୍‌ ହୋଇଥିବା ବ୍ୟକ୍ତି ବୟସ ୬୩ ବର୍ଷର ଥିଲା ଏବଂ ଏଥିରେ ୫୨ ପ୍ରତିଶତ ମହିଳା ରହିଥିଲେ। ପ୍ରତିଦିନ ୨,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କ ତୁଳନାରେ ୬,୦୦୦ ରୁ ୯,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କଠାରେ ହାର୍ଟ ଆଟାକ୍ ଏବଂ ଷ୍ଟେ୍ରାକ୍ ସହ ଅନ୍ୟ ହାର୍ଟ ରୋଗ ଆଶଙ୍କା ୪୦ ରୁ ୫୦ ପ୍ରତିଶତ କମ୍ ରହିଥିଲା। ମାସାଚୁସେଟ୍ ବିଶ୍ବବିଦ୍ୟାଳୟର ପ୍ରମୁଖ ଲେଖକ ଡ.ଅମାଣ୍ଡା ପାଲୁଚ କହିଛନ୍ତି ଯେ ଚାଲିବା ଦ୍ବାରା ହାର୍ଟ ସମସ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି।

ଗବେଷଣା କରୁଥିବା ବୈଜ୍ଞାନିକ କହିଛନ୍ତି ଯେ ପ୍ରତିଦିନ ୯ ହଜାର ଷ୍ଟେପ୍ ଚାଲିବା କଷ୍ଟକର ନୁହେଁ। ଯଦି ଆପଣ ସକ୍ରିୟ ରହୁଛନ୍ତି ଏବଂ ନିଜର ଶାରୀରିକ ଗତିବିଧିକୁ ବଢ଼ାଇବା ପାଇଁ ସକ୍ରିୟ ଭାବରେ ବିଭିନ୍ନ ଦୈନନ୍ଦିନ କାମ କରୁଛନ୍ତି ଯେମିତି ସିଡ଼ି ଚଢ଼ିବା, କାର୍ ବଦଳରେ ଆଖପାଖକୁ ଚାଲି ଚାଲି ଯିବ ଇତ୍ୟାଦି। ପ୍ରତିଦିନ ଏଭଳି ଅନେକ କାମ କରିବା ଦ୍ବାରା ହାର୍ଟ ସମସ୍ୟା କମ୍ ହୋଇପାରେ।

ବିଶେଷଜ୍ଞଙ୍କ ଅନୁଯାୟୀ, ୬,୦୦୦ ରୁ ଅଧିକ ପାଦ ଚାଲିବା ଦ୍ବାରା ମାଂସପେଶୀରେ ଇନସୁଲିନ୍ ପ୍ରତିରୋଧ କମ୍ ହୋଇପାରେ ଏବଂ ଯନ୍ତ୍ରଣା କମ୍ ହୋଇଥାଏ ତଥା ହାର୍ଟକୁ ଲାଭ ହୋଇଥାଏ। ଏହା ରକ୍ତଚାପ ଏବଂ ଶରୀରରେ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଚାଲିବା ଦ୍ବାରା ଡିପ୍ରେସନ ଆଶଙ୍କା କମ୍ ହୋଇଥାଏ। ପ୍ରତି ମିନିଟ୍‌ରେ ପ୍ରାୟ ୧୦୦ ପାଦ ଚାଲିବା ଦ୍ବାରା ବିଶେଷ ଭାବରେ ଉପଯୋଗୀ ହେବ।

   Related Posts