ଜୁଲାଇ ୨୦ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 20, 2025 IST

ମେଷ- ବନ୍ଧୁ ମିଳନର ଯୋଗ ରହିଛି । ଦିନଟି ଭଲ ଫଳ ଦେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ । ଆୟର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ ।

 

ବୃଷ- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ ।

 

ମିଥୁନ- ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ। ଦିନଟିରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ ।

 

କର୍କଟ- ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । କ୍ରୋଧ ବୃଦ୍ଧି ହେବ । ଅଯଥା କଳହରେ ସମୟ ନଷ୍ଟ ହେବ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

 

ସିଂହ- ପରିଶ୍ରମ ସାମାନ୍ୟ ଅଧିକ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ । ଭ୍ରମଣର ଯୋଗ ରହିଛି । ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବ । ପାରିବାରିକ ବିବାଦ ସମାପ୍ତ ହେବ। ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।

 

କନ୍ୟା- ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆଶାବାଦୀ ହୋଇ ରହିବେ, ହେଲେ ମଧ୍ୟ କାର୍ଯ୍ୟ ସଫଳ ହୋଇନପାରେ ।

 

ତୁଳା- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ।

 

ବିଛା- ପଥରୋଧ ହୋଇପାରେ । କିଛି ଦ୍ରବ୍ୟ ବ୍ୟୟ ହୋଇପାରେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ। ବିଦ୍ୟାର୍ଥୀମାନେ ସାମାନ୍ୟ ଆମାନଯୋଗୀ ହେବେ ।

 

ଧନୁ- ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବ। ମନ ପ୍ରଫୁଲ୍ଲ ରହିବ । ଆନନ୍ଦରେ ଦିନଟି କଟିବ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

 

ମକର- କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ । ପରିଶ୍ରମ ଅଧିକ ହେବ । ପରୋପକାର କରି ଖୁସି ଅନୁଭବ କରିବେ ।

 

କୁମ୍ଭ- ସମ୍ମାନ ହାନି ଘଟିବ l ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ । ଦିନଟି ଉତ୍ତମ ଫଳ ପ୍ରଦାନ କରିବ ନାହିଁ ।

 

ମୀନ- ଧନ କ୍ଷୟ ହେବାର ସମ୍ଭାବନା ରହିଛି । ଶାରୀରିକ ସମସ୍ୟା ଦେଖାଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକିଯାଇପାରେ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

 ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.