ଡାହାଣୀ ସନ୍ଦେହରେ ମହିଳା ସପ୍ତାହେ ହେଲା ଜଙ୍ଗଲରେ ଅଟକ, ପୋଲିସ ପାଖରେ ଖବର ନାହିଁ !

Published By : Prameya-News7 Bureau | August 22, 2021 IST

ନୀଳଗିରି,୨୨/୦୮:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟରେ ୭ ଦିନ ଧରି ଜଣେ ଆଦିବାସୀ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅଟକ ରଖାଯାଇଛି । ଯାହାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଘଟଣାକୁ ନେଇ ବରମପୁର ପୋଲିସ ଓ ମୟୂରଭଞ୍ଜ କପ୍ତିପଦା ପୋଲିସ ପାଖରେ ଖୋଜ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନୀଳଗିରି ଏସଡ଼ିପିଓ ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବୃଦ୍ଧା ଜଣଙ୍କ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, କୂଳଡିହା ଅଭୟାରଣ୍ୟ ଭିତରେ ଥିବା ଚେମଚଟା ଗାଁ ଭିତରେ ଲୋଧା ଶ୍ରେଣୀର ଲୋକେ ରୁହନ୍ତି।ସେହିଗ୍ରାମର କାନ୍ଦ୍ରା ଭକ୍ତାଙ୍କର ଦେଢ଼ ବର୍ଷର ଶିଶୁକନ୍ୟା ଜ୍ଵରରେ ପୀଡିତ ପରେ ତାଙ୍କୁ ଝଡାଫୁଙ୍କା କରିଥିଲେ । ଡାହାଣୀ ଲାଗିଥିବା ସନ୍ଦେହ କରି ପାଖ ଗାଁ ପଦ୍ମପୁର ଗାଁର ଜଣେ ଗୁଣିଆ ପାଖକୁ ଯାଇଥିଲେ ।ହେଲେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିଲା। ଗୁଣିଆ ଜଣକ ସେହି ଗାଁର ତୁଳସୀ ନାଏକ ଗୁଣି କରିଥିବା କହିବା ପରେ ମୃତକଙ୍କ ପରିବାର ତାଙ୍କୁ ନଜର ବନ୍ଦୀ କରି ରଖିଥିଲେ।

ଏତେ ବଡ଼ ଘଟଣା ବିଷୟରେ ନା ଥିଲା ବରମପୁର ପୋଲିସ ପାଖରେ ଖବର ନା ଥିଲା ସୀମାନ୍ତ ଥାନା ପାଖରେ ଖବର ଥିଲା। ଆଗକୁ କୌଣସି ଅଘଟଣ ଘଟିବା ପୂର୍ବରୁ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ବିଷୟରେ ଖବର ପାଇ ବରମପୁର ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।ପରେ ପୋଲିସ ସମ୍ପୁକ୍ତ ମହିଳାଙ୍କୁ ଯାଇ ଉଦ୍ଧାର କରିବା ସହ ଉଦଳା ସ୍ୱଧାର ଗୃହରେ ରଖିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.