୫୦ ବର୍ଷ ହେବ ଖାଇ ନାହାନ୍ତି ୭୬ ବର୍ଷିୟା ବୃଦ୍ଧା, ଚା’ ପିଇକି ବିତାଉଛନ୍ତି ଜୀବନ

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଳୀ ୨୦।୦୧: ସାଧାରଣତଃ ଦୁନିଆରେ ଅନେକ ଖାଦ୍ୟପ୍ରିୟ ଲୋକ ଅଛନ୍ତି। ଯାହାକୁ ଖାଇବାକୁ ବହୁତ ପସନ୍ଦ ଥାଏ। ଯଦି ତୁମକୁ ଗୋଟିଏ ଦିନ ବା କିଛି ଘଣ୍ଟା ଖାଇବାକୁ ନଦିଆଯାଏ, ତାହାଲେ ତୁମେ ଭୋକରେ କଣ କରିବ ? କାନ୍ଦିବା ଆରମ୍ଭ କରିବ ନଚେତ୍‌ ରାଗି ଯିବ। କିନ୍ତୁ ତୁମେ ନ ଖାଇ ନିଜ ଜୀବନ ବଞ୍ଚାଇ ପାରିବ କି? ହେଲେ ଏମିତି ଜଣେ ଅଛନ୍ତି । ଯିଏ ନ ଖାଇ ଆଜି ଯାଏଁ ଜୀବିତ । ଏହା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହେବେ? ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବୁ। ଯାହା ବିଷୟରେ ଜାଣି ଆପଣ ଚକିତ ହୋଇଯିବେ। ଯିଏ କିଛି ନ ଖାଇ ଜୀବନ ବିତାଉଛନ୍ତି। ଏହା କାହାଣୀ ନୁହେଁ ବରଂ ବାସ୍ତବତା, ଏ ଦାଦି ମା ଖାଦ୍ୟ ବିନା ବଞ୍ଚୁଛନ୍ତି। ସେ କେବଳ ଚା ’ଏବଂ କୋଲ୍ଡଡ୍ରିଙ୍କ ପିଉଛନ୍ତି।

ତେବେ ବୃଦ୍ଧା ମହିଳା ଜଣଙ୍କ ନାମ ଅନିମା ଚକ୍ରବର୍ତ୍ତୀ। ତାଙ୍କ ବୟସ ୭୬ ବର୍ଷ ବୟସ। ହୁଗଲି ଜିଲ୍ଲାର ବେଲଡିହା ଗାଁରେ ରୁହନ୍ତି। ଗତ କିଛି ବର୍ଷ ଧରି ଖାଦ୍ୟ ଖାଉ ନାହାନ୍ତି। କେବଳ ପାନୀୟ ପିଇକି ସାଧାରଣ ଜୀବନଯାପନ କରୁଛନ୍ତି। ଏହି ବୟସରେ କପରି ଏ କାମ କରିବାରେ ସକ୍ଷମ ଅଟନ୍ତି । ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି । ସେ ୫୦ ବର୍ଷରୁ ଅଧିକ ସମୟ ଧରି ଖାଦ୍ୟ ଖାଇନାହାନ୍ତି। ତଥାପି ସେ ସୁସ୍ଥ ରହି ସାଧାରଣ ଜୀବନଯାପନ କରୁଛନ୍ତି। ଅନିମାଙ୍କ ପୁଅ କହୁଛନ୍ତି ପୂର୍ବରୁ ଆମ ପରିବାରର ଅବସ୍ଥା ଭଲ ନଥିଲା । ଚଳିବାରେ କଷ୍ଟକର ଥିଲା। ମୋ ମା କାମ କରିବାକୁ ଲୋକଙ୍କ ଘରକୁ ଯାଉଥିଲେ। ସେ ସେଠାରୁ ଯାହା ଚାଉଳ କିମ୍ବା ଅନ୍ୟ ଜିନିଷ ଆଣୁଥିଲେ। ସବୁ ଆମ ପରିବାରକୁ ଦେଉଥିଲେ। ତାଙ୍କ ପାଇଁ କିଛି ରଖୁନଥିଲେ।

ସେ କେବଳ ଘରେ ତରଳ ଖାଦ୍ୟ ଖାଇ ଜୀବିକା ବିତାଉଛନ୍ତି। କିନ୍ତୁ ଏ ସବୁକୁ ନେଇ ଅନିମା କହିଛନ୍ତି ବଞ୍ଚି ରହିବା ପାଇଁ ଚା ’କିମ୍ବା ସେ ଖାଉଥିବା ସମସ୍ତ ତରଳ ଖାଦ୍ୟରୁ ପୋଷକ ତତ୍ତ୍ୱ ପାଉଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ଏହି ଅଞ୍ଚଳର କିଛି ଲୋକ କହିଛନ୍ତି ଯେ, ସେମାନେ ଦେଖିଛନ୍ତି ଅନିମା ନାମକ ଜଣେ ବୃଦ୍ଧ ମହିଳା ଖାଦ୍ୟ ନ ଖାଇ ଏକ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଛନ୍ତି। ଏହା ବ୍ୟତୀତ କହିଛନ୍ତି ଯେ ଜଣେ ବ୍ୟକ୍ତି ଗୋଟିଏ ଦିନ ବି ନ ଖାଇ ବଞ୍ଚିପାରିବ ନାହିଁ। କିନ୍ତୁ ସେହି ବୃଦ୍ଧ ଜଣକ ଦୀର୍ଘ ଦିନ ଧରି ଏହିପରି ଦିନ ବିତାଉଛନ୍ତି। ଯାହା ପୂରା ଆଶ୍ଚର୍ଯ୍ୟଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.