ଭୁବନେଶ୍ବର ୨୬।୨: କଣ୍ଟାପଡା ବ୍ଲକ୍ ସୁନ୍ଦରଗ୍ରାମସ୍ଥିତ ଦଧିଚି କଲେଜର ଦୁଇ ଦିନିଆ ୟୁଥ୍ ଫାର୍ମା – ୨୦୨୪ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ଦଧିଚି ସମୂହ ଶିକ୍ଷାନୁଷ୍ଠାନ ଚେୟାର୍ମ୍ୟାନ୍ ଡ଼ଃ. ମନୋଜ କୁମାର ଦାଶ, ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାଶ, ମୁଖ୍ୟ ଅତିଥି ଡ଼ଃ ମଣ୍ଟୁ କୁମାର ଏମ୍ ଟେଲ୍, ପ୍ରେସିଡେଣ୍ଟା ଫାର୍ମାସୀ କାଉନ୍ସେଲିଂ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ, ମୁଖ୍ୟବକ୍ତା ଡ଼ଃ ଏ.କେ.ନାସା, ପ୍ରୋ ଭାଇସେନ୍ଲର ଏସ୍ଜିଟି ୟୁନିଭର୍ସିଟି ଅଫ୍ ଇସି ମେମ୍ବର ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ, ନୂଆ ଦିଲ୍ଲୀ ପ୍ରମୁଖ ଅତିଥି ପ୍ରଫେସର ଡ଼ଃ ବ୍ରଜ କିଶୋର ଦାସ ଆଡିସିନାଲ୍ ଡି.ଏମ୍.ଇ.ଟି, ଓଡିଶା ସମ୍ମାନୀତ ଅତିଥି ଧର୍ମେନ୍ଦ୍ର ସିଂ, ଇସି ମେମ୍ବର ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଏବଂ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର ଡାଇରେକ୍ଟର ରେଗୁଲେଟିଙ୍ଗ ଆଫାୟରସ୍ ନୋୱାରଡେମ୍, ହାଇଦ୍ରାବାଦ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଫାର୍ମାସୀ ବୃତ୍ତିକୁ ଆଗେଇ ନେବା ପାଇଁ ଯୁବ ଫାର୍ମାସିଷ୍ଟମାନଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ମତବ୍ୟକ୍ତ କରିଥିଲେ ଏବଂ ଯୁବପୀଢିକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିକଟ ଭବିଷ୍ୟତରେ ଆସିବାକୁ ଯାଉଥିବା ସମସ୍ୟାର ନିରାକରଣ ସମ୍ବନ୍ଧରେ ମାର୍ଗ ଦର୍ଶାଇଥିଲେ । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ୟୁଥ୍ ଲିଡର୍ସିପ୍ କନ୍ଫରେନ୍ସ ଏବଂ ଇଣ୍ଡଷ୍ଟ୍ରି ଏକାଡେମିଆ ଇଣ୍ଟର୍ଫେସ୍ ରେ ବହୁ ମାନ୍ୟଗଣ୍ୟ ବକ୍ତା ଯଥା ପ୍ରିୟଦର୍ଶୀ ମିଶ୍ର ଫର୍ମର ଏମ୍ଏଲ୍ଏ ଭୁବନେଶ୍ୱର, ଡ଼ଃ ସୁଦର୍ଶନ ବିଶ୍ୱାଳ, ଆଡିସିନାଲ୍ ଡ୍ରଗ୍ କଣ୍ଟ୍ରୋଲ୍ର ଓଡିଶା, ଡ଼ଃ ଯସ୍ମୀନ୍ ପଣ୍ଡା ପ୍ରେସିଡେଣ୍ଟ ଆଇ.ଏଚ.ପି.ଏ ଓଡିଶା, ସନ୍ତୋଷ ବଳ ପ୍ରିନ୍ସପାଲ୍, ସାଇପର୍, ପ୍ରଫେସର ରଘୁନାଥ ସାହୁ, ପ୍ରିନ୍ସପାଲ୍ ସାଇନ୍ ଭୁବନେଶ୍ୱର, ପ୍ରଫେସର ଏସ୍.କେ. ମହାପାତ୍ର, ଡିନ୍ ଫାର୍ମାସୀ, ବିପିୟୁଟି ଆଣ୍ଡ୍ ଓୟୁଏଚ୍ଏସ୍ ଯୋଗଦେଇ ଓଡିଶାର ବିଭିନ୍ନ କୋଣାନୁକୋଣରୁ ଅଂଶ ଗ୍ରହଣ କରିଥିବା ଫାର୍ମାସୀ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ରିସର୍ଚ୍ଚ ସ୍କୋଲାର୍ ମାନଙ୍କୁ ବିକଶିତ ଭାରତ ୨୦୪୭ କର୍ନସନିଙ୍ଗ ଟୁ ହେଲ୍ପ ଆଣ୍ଡ୍ ଫାର୍ମାସିୟୁଟିକାଲ୍ କେୟାର୍ ଏବଂ ବ୍ରିଜିଙ୍ଗ ଦ ଗ୍ୟାପ୍ ବିଟୁୟିନ୍ ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ ବିଷୟ ବସ୍ତୁ ଉପରେ ଉଦ୍ବୋଧିତ କରିଥିଲେ ।
{"id":914039,"sizeSlug":"full","linkDestination":"none"}ଆୟୋଜିତ ୟୁଥ୍ ଲିଡର୍ସିପ୍ କନ୍ଫରେନ୍ସରେ ବିଭିନ୍ନ ଫାର୍ମାସୀ କଲେଜର ୟୁଥ୍ ଷ୍ଟୁଡେଣ୍ଟ ଲିଡରମାନେ ଅଂଶ ଗ୍ରହଣ କରି ନିଜ ନିଜ ମତବ୍ୟକ୍ତ କରିବା ସହ ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଏକଜୁଟ ହୋଇ ହେଲ୍ଥ କେୟାର୍ ସେକ୍ଟର ରେ ଆସୁଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଛାତ୍ର ସମାଜକୁ ବାର୍ତ୍ତା ଦେଇଥିଲେ । ଇଣ୍ଟେଲେକ୍ଚୁଆଲ୍ ସିମ୍ପୋଜିୟମ୍ରେ ହେଲ୍ଥ କେୟାର୍ ସିଷ୍ଟମ୍ର ସରକାରୀ ଓ ବେସରକାରୀ ପ୍ରତିନିଧି, ବିଭିନ୍ନ ଫାର୍ମାସୀ ଆସୋସିଏସନ୍ର ମୁଖ୍ୟ ଫାର୍ମାସୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବୃନ୍ଦ, ୟୁଥ୍ ଷ୍ଟୁଡେଣ୍ଟ ଲିଡର ଫାର୍ମାସୀ କାଉନ୍ସିଲ୍ ଅଫ୍ ଇଣ୍ଡିଆର ପ୍ରେସିଡେଣ୍ଟ ଏବଂ ଇସି ମେମ୍ବରମାନଙ୍କ ଉପସ୍ଥିତିରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକୀୟ ତଥ୍ୟ ଏବଂ କାର୍ଯ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ । ସରକାରଙ୍କ ପାଖରେ ନିବେଦନ ଏବଂ ଉପଯୁକ୍ତ ତଥ୍ୟ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରଜତ କୁମାର କର ସୂଚନା ଦେଇଥିଲେ । ସହ ସଙ୍ଗଠକ ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ଶୋଭବିକାଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ଅନିତା ସାହୁଙ୍କର ତତ୍ତ୍ୱାବଧାନରେ ସବୁ ବିଭାଗର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇପାରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ ତଥା ଡ଼ଃ. ସତ୍ୟବ୍ରତ ସାହୁ, ଡ଼ଃ. ଦୁର୍ଗା ଚରଣ ସାହୁ, ଡ଼ଃ. ସନ୍ତୋଷ କୁମାର ପଣ୍ଡା, ଦେବାନନ୍ଦ ଚମ୍ପତିସିଂହ, ଚନ୍ଦ୍ରକାନ୍ତ ଦାସ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ସୀମାଞ୍ଚଳ ପଣ୍ଡା, ବାସୁଦେବ ବିଶ୍ୱାଳ, ପ୍ରଭାତ କୁମାର ପାଢୀ ଏବଂ ସଂଗ୍ରାମ ପଟ୍ଟନାୟକ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, ଛାତ୍ର ସ୍ୱେଛାସେବୀ ଏବଂ ଅନ୍ୟ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ଉଯୁକ୍ତ ଭାବେ ସମ୍ପୂର୍ଣ୍ଣ ହୋଇଥିଲା ।
You Can Read :
wp:embed {"url":"https://www.prameyanews7.com/mo-bus-catches-fire-near-studio-chhak-in-bhubaneswar/","type":"wp-embed","providerNameSlug":"prameya-news-7"} /wp:embed