ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦାଦା ସାହେବ ଫାଲକେ ୨୦୨୨: ଭେଟେରାନ୍ ଆଶାଙ୍କ ମୁଣ୍ଡରେ ବଲିଉଡର ବଡ ମୁକୁଟ

27/09/2022 at 1:28 PM

ମୁମ୍ୱାଇ ୨୭/୦୯: ଘୋଷଣା ହୋଇଛି ଚଳିତ ବର୍ଷର ଦାଦା ସାହେବ ପୁରସ୍କାର । ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନ । ଚଳଚ୍ଚିତ୍ର ଜଗତର ଏହି ବଡ ସମ୍ମାନ ପାଇବେ ଏହି ଲିଜେଣ୍ଡାରୀ ଆକ୍ଟ୍ରେସ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ।

୭୯ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଁ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ଥିଲା ହିଟ୍ । ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା ।

   Related Posts