ତେଲେଙ୍ଗାନାରେ ଫସିଛନ୍ତି ୨୦ ଦାଦନ ଶ୍ରମିକ, ମୁକୁଳିବାକୁ କରୁଛନ୍ତି ଆକୁଳ ନିବେଦନ

Published By : Prameya-News7 Bureau | December 02, 2021 IST

ପଦ୍ମପୁର ୦୨।୧୨: ତେଲେଙ୍ଗାନାରେ ଫସିଛନ୍ତି ୨୦ ଦାଦନ ଶ୍ରମିକ । ଫସିଥିବା ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ବୋଲି ଜଣାପଡିଛି । ସେଠାରୁ ମୁକ୍ତି ପାଇବାକୁ ଆକୂଳ ନିବେଦନ କରୁଛନ୍ତି  ସମସ୍ତ ଶ୍ରମିକ ।

ଖବର ଅନୁଯାୟୀ, ବରଗଡ଼ ପାଇକମାଳ ଅଞ୍ଚଳରେ ଅନେକ ଲୋକ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ହେଲେ ସେଠାରେ ଥିବା ମାଲିକା ଓ ଦଲାଲ କାମ ବଦଳରେ ନିର୍ଯାତନ ଦେଇଚାଲିଛନ୍ତି । ତେଲେଙ୍ଗାନାର  ପୈଦାପୁଲି ଜିଲ୍ଲା ସୁଣ୍ଡିଲାଲ ଗାଁର ଫସିଛନ୍ତି ସମସ୍ତେ ଶ୍ରମିକ । କାମ ବାବଦକୁ ପଇସା ନଦେଇ ବଢିଚାଲିଛି ନିର୍ଯାତନା । ଏପରି ଅକଥନୀୟ ଅତ୍ୟାଚରର ଶିକାର ହେଉଛନ୍ତି ବରଗଡ଼ର ୨୦ ଜଣ । ଯେକୌଣସି ଉପାୟରେ ସେମାନଙ୍କୁ ଉଦ୍ଧାର କରିବାକୁ ସଂପର୍କୀୟଙ୍କୁ ଗୁହାରି କରିଛନ୍ତି । ଏପଟେ ପରିବାର ଲୋକେ ମଧ୍ୟ ଚିନ୍ତାର ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.